ସୁବର୍ଣ୍ଣରେଖା ନଦୀରେ ବନ୍ୟା, ତଳିଆ ଅଞ୍ଚଳ ଜନ ଜୀବନ ଅସ୍ତବ୍ୟସ୍ତ 

ଜଳେଶ୍ୱର(ଅଜିତ ସାହୁ): ଲଘୁଚାପ ଜନିତ ଲଗାଣ ବର୍ଷା ଓ ଉପର ମୁଣ୍ଡରେ ବର୍ଷା ପାଇଁ ସୁବର୍ଣ୍ଣରେଖା ନଦୀରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ନଦୀର ରାଜଘାଟ ଠାରେ ବିପଦ ସୂଚନା ୧୦.୩୬ ମିଟର ଥିବା ବେଳେ, ଦିନ ୧୨ ଟା ସୁଦ୍ଧା ବନ୍ୟା ପାଣି ୧୦. ୬୨ ମିଟରରେ ପ୍ରବାହିତ ହେଉଛି । ଏହା ଦ୍ୱାରା ବାଲେଶ୍ୱର ଜିଲ୍ଲାର ଅନେକ ତଳିଆ ଅଞ୍ଚଳ ପ୍ରଭାବିତ ହୋଇଛନ୍ତି । ଏନେଇ ବାଲିଆପାଳରୁ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ଅଜିତ ସାହୁ