ବିଜେପି ରାଲିରେ ଲାଠିଚାର୍ଜ ଘଟଣା: ଯାହା ଚାହୁଁଥିଲା ବିଜେପି ସେୟା ହେଲା, ସରକାରଙ୍କୁ ଘେରିବା ପାଇଁ ମଉକା ମିଳିଗଲା

ଭୁବନେଶ୍ୱର: ବିଜେପିକୁ ଦରକାର ଥିଲା ମଉକା, ଏଥି ପାଇଁ ହୋଇଥଲା ଯୋଜନା । ପୁଲିସ ଆମକୁ ଲାଠି ମାଡ କରୁ, ଆମେ ଆଘାତ ହେଉ, ମୁଣ୍ଡ ଫାଟୁ, ଡାକ୍ତରଖାନାରେ ଚିକିତ୍ସା ଚାଲୁ । ଯାହା ଫଳରେ ଆମେ ରାଜ୍ୟ ସରକାର ଓ ପୋଲିସ ଉପରେ ଆହୁରି ବର୍ଷିବୁ । ସରକାରଙ୍କୁ ନିନ୍ଦା କରିବୁ, ସମାଲୋଚନା କରିବୁ ଆଉ ଲୋକଙ୍କ ମନରେ ସରକାରୀ ବିରୋଧୀ ହାୱା ତିଆରି କରିବୁ । ବାସ୍ ସଫଳ ହେଲା ଯୋଜନା । ଯାହାର ପ୍ରତିଫଳନ ଆଜି ଗୋଟିଏ ପରେ ଗୋଟିଏ ଦେଖିବାକୁ ମିଳୁଛି । କେନ୍ଦ୍ର ମନ୍ତ୍ରୀଙ୍କ ଠାରୁ ନେଇ ଜାତୀୟ ଉପସଭାପତି ସମସ୍ତେ ଏହି ଘଟଣାରେ ଏବେ ରାଜ୍ୟ ସରକାରଙ୍କୁ ନିନ୍ଦା କରିଛନ୍ତି ।

ଗତକାଲି ଭୁବନେଶ୍ୱର ଲୋୟର ପିଏମଜିରେ ବିଜେପି କର୍ମୀ ଓ ପୋଲିସ ମଧ୍ୟରେ ହୋଇଥିଲା ଖଣ୍ଡଯୁଦ୍ଧ । ନବ ଦାସ ହତ୍ୟା ମାମଲାରେ ପୋଲିସର ନିଷ୍କ୍ରିୟତା,ରାଜ୍ୟର ଆଇନ୍ ଶୃଙ୍ଖଳା ପରିସ୍ଥିତି, ଅପରାଧ ବୃଦ୍ଧି ପ୍ରସଙ୍ଗରେ ସରକାରଙ୍କୁ ଘେରି ଥିଲା ଯୁବ ବିଜେପି । ଯେହେତୁ ଆଗକୁ ସାଧାରଣ ନିର୍ବାଚନ ଓ ଏବେ ବିଧାନ ସଭା ଚାଲିଛ. ବିଜେପି ଖୋଜୁଥିଲା ମଉକା । କାରଣ ଯଦି ଏହି ସମୟରେ ସରକାରଙ୍କୁ ନ ଘେରିବ ତାହେଲେ କେବେ ? ଏବେ ଠୁୁ ନିର୍ବାଚନୀ ହାୱା ବୁହାଇବାକୁ ପଡିବ । ୨୨ ବର୍ଷର ନିରଙ୍କୁଶ ଅଖଣ୍ଡ ସରକାରକୁ ଭାଙ୍ଗିବା ଏବେ ବିଜେପିର ମୂଳ ଲକ୍ଷ୍ୟ । ଏଥି ପାଇଁ ଗତ ୨୦୧୯ରେ ବିଜେପି ଯେଉଁ ଋଣନୀତି ଧରିଥିଲା, ସେଥିରେ ବିଫଳ ହେଲା ।

ତା ସହିତ ପଚାଂୟତ ନିର୍ବାଚନ, ପୌର ନିର୍ବାଚନ , ଉପନିର୍ବାଚନ କୌଣସି ଥିରେ ବି ସଫଳ ହୋଇ ପାରୁନି ଗେରୁଆ ଦଳ । ସରକାରଙ୍କୁ ଯେତେ କାଠ ଗଡାକୁ ଆଣିବାକୁ ଚେଷ୍ଟା କରିଲେ ବି ଭୋଟରଙ୍କ ଲୋକ ପ୍ରିୟ ଦଳ ବିଜେଡି ହୋଇ ରହିଛି । ନବୀନ ତାଙ୍କ ମୁଖ୍ୟମନ୍ତ୍ରୀ । କେନ୍ଦ୍ରୀୟ ଯୋଜନା ଚୋରି, ଅର୍ଥ ହଡପ, ନାମ ହାଇଜାକ୍, ଦାଗୀ ମନ୍ତ୍ର. ବିଶୃଙ୍ଖଳିତ କର୍ମୀ, ଦୁର୍ନୀତିଖୋର ସରକାରୀ ବାବୁ, ସରାକାରୀ ପାଣ୍ଠି ହରିଲୁଟ୍ ଆଦି ପ୍ରସଙ୍ଗ ଉଠାଇଲେ ବି ଭୋଟର କିନ୍ତୁ ସରକାର ପରିବର୍ତନ ପାଇଁ ମନ ବଳାଉ ନାହାନ୍ତି । ଏପରପି କି ନବ ଦାସ ହତ୍ୟା ମାମଲାରେ ଦଳୀୟ କର୍ମୀ ଷଡଯନ୍ତ୍ର କଥା ଉଠାଇ ବି ସରକାରଙ୍କୁ ଘେରିବାକୁ ଚେଷ୍ଟା କରି ଯାଇଛି ।

ଆଗକୁ ନିର୍ବାଚନ ଗୋଟିଏ ବର୍ଷ ବାକି, ସେଥି ପାଇଁ ପ୍ରୟାସ ଆରମ୍ଭ କରିଛି ବିଜେପି ଯଦି ମାହୋଲ ନ ବନେ , ତାହେଲେ ବିଜେଡିକୁ ହରାଇବା କଷ୍ଟକର ନୁହେଁ ଅସମ୍ଭବ, ଏ କଥା ଦଳ ଜାଣିଛି । ତେଣୁ ଗତକାଲି ର୍ୟାଲି ନାମରେ ବିଶୃଙ୍ଖଳା ଆଚରଣ କରିବା, ଲୋୟର ପିଏମଜିକୁ ଅଣ୍ଡା ନେଇ ଯିବା, ପଥର ମାରି ପୋଲିସକୁ ଉସକାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଯେଉଁଥିରେ ଉତକ୍ଷିପ୍ତ ହୋଇ ପୋଲିସ ଲାଠି ମାଡ କରିବ । ଫଳରେ ପୋଲିସର ସୁସେବା ଅପେକ୍ଷା କୁସେବା ବାବଦରେ ଆକ୍ଷେପ କରାଯିବ । ଗତକାଲି ପୋଲିସର ଲାଠି ମାଡ ପରେ ସଂଧ୍ୟାରେ ପ୍ରେସ୍ ମିଟ୍, ରାତିରେ କ୍ୟାପିଟାଲ ଥାନା ଆଗରେ ବିକ୍ଷୋଭ, ଆଜି ପୁଣି ପ୍ରେସ ମିଟ୍ ପରେ କେନ୍ଦ୍ର ମନ୍ତ୍ରୀଙ୍କ ଟୁଇଟ୍, ଜାତୀୟ ଉପସଭାପତିଙ୍କ ଟୁଇଟ୍ଏହା ସ୍ପଷ୍ଟ କରୁଛି ।