ବରଗଡ଼-: ନୀତି ବିରୁଦ୍ଧ କାର୍ଯ୍ୟପାଇଁ ଚାକିରିରୁ ନିଲମ୍ବିତ ହେଲେ ୨ ଜଣ ପ୍ରିନ୍ସିପାଲଙ୍କ ସହ ୫ ଶିକ୍ଷକ । ବରଗଡ଼ ଜିଲ୍ଲା ପଦ୍ମପୁର ବାନ୍ଦୁପାଲି ଓଡିଶା ଆଦର୍ଶ ବିଦ୍ୟାଳୟ ଓ ପଦ୍ମପୁର ପବ୍ଲିକ ସ୍କୁଲରେ ମାଲ୍ ପ୍ରାକ୍ଟିସ ଘଟଣାରେ ରାଜ୍ୟ ସରକାର ନେଇଛନ୍ତି ବଡ଼ ଆକ୍ସନ । ଘଟଣାରେ ଦୋଷୀ ସାବ୍ୟସ୍ତ ପରେ ୪ଟି ଓଡିଶା ଆଦର୍ଶ ବିଦ୍ୟାଳୟର ୨ ଜଣ ପ୍ରିନ୍ସିପାଲଙ୍କ ସହ ୫ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର ।
ଗତ ୧୩ ତାରିଖରେ ସିବିଏସଏଇ ଶିକ୍ଷର୍ଥୀଙ୍କ ପରୀକ୍ଷା ଫଳ ବାହାରିଥିବା ବେଳେ ବରଗଡ଼ ଜିଲ୍ଲାର ୬ଟି ସ୍କୁଲର ୧୧୮୫ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ବାହାରିନଥିଲା । ଯାହାକୁ ନେଇ ବରଗଡ ଜିଲ୍ଲାର ଉକ୍ତ ସ୍କୁଲଗୁଡିକର ଛାତ୍ରଛାତ୍ରୀ ଓ ଅବିଭାବକ ଅସନ୍ତୋଷ ପ୍ରକାଶ କରିଥିଲେ । ଆଉ ସେହି ସମୟରେ ବରଗଡ଼ ଜିଲ୍ଲାର ବାନ୍ଦୁପାଲିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ପଦ୍ମପୁର ପବ୍ଲିକ ସ୍କୁଲରେ ପରୀକ୍ଷା ପରିଚାଳନା ସମୟରେ ଅନୈତିକ ନୀତି ଅବଲମ୍ବନ କରିଥିବା ରିପୋର୍ଟ ସାମ୍ନାକୁ ଆସିଥିଲା । ଘଟଣା ସାମ୍ନାକୁ ଆସିବା ପରେ ସିବିଏସଇ ଏହି ଘଟଣାର ତଦନ୍ତ ପାଇଁ ଏକ ସବ କମିଟି ଗଠନ କରିଥିଲା । କମିଟି ସମସ୍ତ ପ୍ରମାଣ, ବିଭିନ୍ନ ରିପୋର୍ଟ, ସିସିଟିଭି ଫୁଟେଜ୍ ଏବଂ ଅନ୍ୟାନ୍ୟ ସମ୍ପର୍କିତ ଦସ୍ତାବିଜ ଯାଞ୍ଚ କରିବା ପରେ ବରଗଡ଼ ଜିଲ୍ଲାର ଦୁଇଟି ପରୀକ୍ଷା କେନ୍ଦ୍ରରେ ଅସାଧୁ ଉପାୟରେ ପରୀକ୍ଷା ପରିଚାଳନା ହୋଇଥିବା ରିପୋର୍ଟ ପ୍ରଦାନ କରିଥିଲା । ଏହି ରିପୋର୍ଟ ପରେ ରାଜ୍ୟ ସରକାର କଡା ଆକ୍ସନ ଗ୍ରହଣ କରିଛନ୍ତି।