ଭାରତର ପ୍ରତି ଆକ୍ରମଣରେ ପାକିସ୍ତାନର ୫ଟି ମିଲିଟାରୀ ଓ ୨ଟି ରାଡର ବେସ ସମ୍ପୂର୍ଣ୍ଣ ଭାରତର ପ୍ରତି ଆକ୍ରମଣରେ ପାକିସ୍ତାନର ୫ଟି ମିଲିଟାରୀ ଓ ୨ଟି ରାଡର ବେସ ସମ୍ପୂର୍ଣ୍ଣ ଧ୍ବଂସ

ନୂଆଦିଲ୍ଲୀ-: ଏପ୍ରିଲ ୨୨ରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ୧୫ ଦିନ ପରେ ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର (PoK)ରେ ଥିବା ୯ଟି ଆତଙ୍କବାଦୀ ଠିକଣା ଉପରେ ମଙ୍ଗଳବାର ମଧ୍ୟରାତ୍ରି ୧:୩୦ରେ ‘ଅପରେସନ ସିନ୍ଦୂର’ ଅଧୀନରେ ଏୟାର ଷ୍ଟ୍ରାଇକ କରିଥିଲା । ଏହି ଆକ୍ରମଣ ବହାଓ୍ୱାଲପୁର, ମୁରିଦ୍‌କେ, ବାଘ, କୋଟଲି ଏବଂ ମୁଜାଫରାବାଦରେ ଥିବା ଆତଙ୍କବାଦୀ ଠିକଣାଗୁଡ଼ିକୁ ଟାର୍ଗେଟ କରାଯାଇଥିଲା। ଏଥିରେ ୧୦୦ ଆତଙ୍କୀ ନିପାତ ହୋଇଥିଲେ । ଏହାପରେ ପାକିସ୍ତାନ ଗତ ଗୁରୁବାର ରାତିରୁ ଭାରତ ଉପରେ ପୁଣି ଆକ୍ରମଣ କରିଥିଲା । ହେଲେ ତାର ସବୁ ଯୋଜନାକୁ ପଣ୍ଡ କରିଥିଲା ଭାରତୀୟ ସେନା । ଲଗାତାର ଦୁଇ ଦିନ ହେବ ୩୬ ସ୍ଥାନକୁ ଟାର୍ଗେଟ କରିଥିଲା ପାକ ସେନା ।

ଭାରତର ପ୍ରତି ଆକ୍ରମଣରେ ପାକିସ୍ତାନର ୫ଟି ମିଲିଟାରୀ ଓ ୨ଟି ରାଡର ବେସ ସମ୍ପୂର୍ଣ୍ଣ ଧ୍ବଂସ ହୋଇଥିଲା । ଏହା ସହିତ ପିଏଲ୍‌ -୧୫ ମିସାଇଲକୁ ମଧ୍ୟ ଭାରତୀୟ ସେନା ଧ୍ବଂସ କରିଥିଲା । ୪୦୦ରୁ ଅଧିକ ଡ୍ରୋନ୍‌ ମାରି ଖସାଇଥିଲେ ଭାରତୀୟ ସେନା । ଭାରତର ଆକାଶ ମିସାଇଲ୍ ଅନେକ ପାକିସ୍ତାନୀ ମିସାଇଲକୁ ଧ୍ୱଂସ କରିବା ସହ ପାକିସ୍ତାନର ଗୋଟିଏ ଫାଇଟର୍ ଜେଟ୍ ଜେଏଫ୍-୧୭କୁ ମାରି ଖସାଇବାରେ ସଫଳ ହୋଇଥିବା ସୂଚନା ମିଳିଥିଲା ।

ଭାରତର ୨ ଦିନ ଡ୍ରୋନ ଆଟାକରେ ପାକିସ୍ତାନରେ ବହୁତ କ୍ଷତି ହୋଇଥିଲା । ମେ ୭ ଆଟାକରେ ଲସ୍କର ଓ ଜୈଓ ମହମ୍ମଦର ୫ କୁଖ୍ୟାତ ଆତଙ୍କୀ ନିପାତ ହୋଇଥିଲେ । ଏଲଇଟି ଆତଙ୍କୀ ମୁଦ୍ଦସର ଖାଲିଦ , ଜେଇଏମର ହାଫିଜ ମହମ୍ମଦ ଜମିଲ, ଜେଇଏମର ମହମ୍ମଦ ୟୁସୁଫ ଅଜହର, ଏଲଇଟିର ଖଲିଦ ଓରଫ ଅବୁ ଆକସା , ମହମ୍ମଦ ହସନ ଖାନ ନିପାତ ହୋଇଛନ୍ତି । କାନ୍ଦାହାର ବିମାନ ଅପହରଣରେ ସଂପୃକ୍ତ ଆତଙ୍କୀଙ୍କ ମୃତ୍ୟୁ ହୋଇଥିଲା ।

ପାକିସ୍ତାନ ଭାରତ ଉପରେ ଏହାର ଫତେହ-୧ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା, ଯାହାକୁ ଭାରତୀୟ ସେନା ବିଫଳ କରିଥିଲା। ମେ ୧୦ରେ ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଲାଗୁ ହୋଇଥିଲା । ସନ୍ଧ୍ୟା ୫ଟାରୁ ଅସ୍ତ୍ରବିରତି ଲାଗୁ ହୋଇଥିବା ସୂଚନା ଦେଇଥିଲା ବୈଦେଶିକ ମନ୍ତ୍ରଣାଳୟ । ଯୁଦ୍ଧ ବିରାମ ନେଇ ଆଗୁଆ ପଦକ୍ଷେପ ନେଇଥିଲା ପାକିସ୍ତାନ । ଅସ୍ତ୍ରବିରତି ପରେ ମଧ୍ୟ ପାକିସ୍ତାନ ଗୁଳି ବିନିମୟ କରିଥିଲା । ଯାହାର କଡା ଜବାବ ଭାରତ ଦେବାପରେ ମେ ୧୧ ତାରିଖରେ ସୀମାରେ ସ୍ଥିତି ସ୍ୱାଭାବିକ ରହିଥିଲା ।

ଆଜି ଡିଜିଏମଓଙ୍କ ପ୍ରେସମିଟ ପୂର୍ବରୁ ପିଏମଙ୍କ ବାସଭବନରେ ବଡ ବୈଠକ ବସିଛି । ବୈଠକରେ ଏନଏସଏ ଅଜିତ ଡୋଭାଲ ଉପସ୍ଥିତ ରହିଛନ୍ତି । ୧୨ଟାରେ ହେବାକୁ ଥିବା ଡିଜିଏମଓଙ୍କ ଗୁରୁତ୍ୱପୂଣ୍ଣ ପ୍ରେସମିଟକୁ ସ୍ଥଗିତ ରଖାଯାଇଛି ସନ୍ଧ୍ୟାରେ ହେବା ନେଇ ସୂଚନା ରହିଛି ।