ନାବାଳକ ସହ ୫ଜଣ ଗୋ ଚାଲାଣକାରୀ ଗିରଫ

ଅନୁଗୁଳ(ଜ୍ୟୋତିରଞ୍ଜନ ଧର): ୫ଜଣ ଗୋ ଚାଲାଣକାରୀଙ୍କୁ ଗିରଫ କରିଛି ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ପୁଲିସ । ଗିରଫ ମଧ୍ୟରେ ଜଣେ ନାବାଳକ ଏବଂ ଅନ୍ୟ ଚାରି ଅଭିଯୁକ୍ତ ମାନେ ହେଲେ ସମଲ ଥାନା କୁଲେଇ ଗ୍ରାମର କାହ୍ନୁ ସାହୁ(୨୨) ଓ ଦିଲିପ ସାହୁ(୩୫) ଏବଂ ଅର୍କିଳ ଗ୍ରାମର ଚକରା ନାଏକ (୬୦) ଓ ଦିଲିପ ସାହୁ(୩୦) ବୋଲି ସମଲ ଥାନା ଆଇଆଇସି ଲବ ବୋଡା ସୂଚନା ଦେଇଛନ୍ତି । ନଜନକା ଗ୍ରାମର ବୁଟୁ ବେହେରା (୩୫) ଗୋଚାଲାଣ ନେଇ ସମଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଏଭଳି ପଦକ୍ଷେପ ନେଇଛି ।
ମିଳିଥିବା ସୂଚନା ମୁତାବକ, ରାତି ସାଢେ ୧୦ଟା ବେଳେ କଣିହାଁ ବ୍ଲକ ଅନ୍ତର୍ଗତ ସମଲ ଥାନା ବଲାଙ୍ଗୀ ରେଲ୍ ଫାଟକ(ସମଲ ଏଲ୍ସି ଗେଟ୍) ଦେଇ ସମଲ ଅଭିମୁଖେ ଯାଉଥିବା ଦୁଇଟି ଟାଟା ଏସିଇ ଗାଡିରେ ୮ଟି ଗୋରୁ ଚାଲାଣ ହେଉଥିଲେ । ଏହି ଚାଲାଣ ସମ୍ପର୍କରେ ବୁଟୁ ସହିତ ସ୍ଥାନୀୟ ଯୁବକ ମାନେ ସମଲ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ଆସି ପହଁଚିଥିଲା । ଘଟଣା ସ୍ଥଳରୁ ୨ପିକଅପ ଗାଡି ସହ ୮ଗୋରୁ କୁ ପୁଲିସକୁ ଜିମା ଦେଇଥିଲେ। ସଂପୃକ୍ତ ଦୁଇଟି ପିକଅପ ଭ୍ୟାନରେ ଥିବା ୫ଅଭିଯୁକ୍ତକୁ ବାନ୍ଧିଥିଲା ବେଳେ ସେମାନଙ୍କୁ ପୁଲିସ କୋର୍ଟଚାଲାଣ କରିଛି ।