ମୁମ୍ବାଇ: ମହାରଷ୍ଟ୍ର ରାଇଗଡରେ ଭୁସ୍ଖଳନ । ରାଇଗଡ ଜିଲ୍ଲା ଖାଲାପୁରା ତହସିଲ ଆସିବାସୀ ଗାଁ ଇରସାଲାୱାଡରେ ବିଳମ୍ବିତ ରାତିରେ ପାହାଡ ଅତଡା ଖସି ପୁରା ଗାଁ ଛାରଖାର ହୋଇଯାଇଛି । ଘଟଣାରେ ୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଲେ ୫୦ ଲୋକ ଦବି ରହିଥିଲେ ।ଘଟଣାସ୍ଥଳରେ ଏନଡିଆରଏଫର ୨ଟି ଟିମ୍ ଉଦ୍ଧାରକାର୍ୟ୍ୟ ଜାରି ରଖିଛନ୍ତି । ୨୫ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ୨୧ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପରିସ୍ଥିତିର ଗମ୍ଭୀରତାକୁ ଦେଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି।୨ ଦିନ ଧରି ଲଗାତର ବର୍ଷା ଫଳରେ ମହାରାଷ୍ଟ୍ରର ବିଭିନ୍ନ ନଦୀ ଜଳସ୍ତର ବଢ଼ିଛି ।ମୁମ୍ବାଇ, ରାଇଗଡ଼ ଓ ପାଲଘରକୁ ଭୀଷଣ ବର୍ଷା ନେଇ ରେଡ୍ ଆଲର୍ଡ ଜାରି କରିଛି ଆଇଏମଡି ।ପୂରା ମହାରାଷ୍ଟ୍ରରେ ୧୨ ଏନଡିଆରଏଫ୍ ଟ୍ରୁପ୍ ନିୟୋଜିତ ଅଛନ୍ତି ।