ରାଜ୍ୟସଭା ନିର୍ବାଚନ ପାଇଁ ଆଜି ନାମାଙ୍କନ ଭରିବେ 5 ପ୍ରାର୍ଥୀ

ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିବେ ୫ ପ୍ରାର୍ଥୀ | ଆଜି ରାଜ୍ୟସଭା ନିର୍ବାଚନ ନାମାଙ୍କନ ଦାଖଲର ଶେଷ ଦିନ ହୋଇଥିବାରୁ ଭରିବେ ନାମାଙ୍କନ । ପ୍ରଥମ ଦୁଇ ଆସନ ପାଇଁ ବିଜେପିର ମନମୋହନ ସାମଲ ଓ ସୁଜିତ କୁମାର ପ୍ରାର୍ଥୀ ହୋଇଥିବାବେଳେ ତୃତୀୟ ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି ବିଜେଡିର ସଂତୃପ୍ତ ମିଶ୍ର । ତେବେ ଚତୁର୍ଥ ଆସନ ପାଇଁ ଏଥର ହେବ ରୋଚକ ଲଢେଇ । କାରଣ ଚତୁର୍ଥ ଆସନରେ ବିଜେଡି କମନ୍ କ୍ୟାଣ୍ଡେଟ୍ ଭାବେ ଦତ୍ତେଶ୍ୱର ହୋତାଙ୍କ ନାଁ ଘୋଷଣା କରିଥିବାବେଳେ ସମର୍ଥନ ଘୋଷଣା କରିଛି କଂଗ୍ରେସ । ଏପଟେ ଚତୁର୍ଥ ସିଟ୍ ପାଇଁ ବିଜେପି ସମର୍ଥନ ସହ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ଦିଲ୍ଲୀପ ରାୟ।

ମାର୍ଚ୍ଚ ୫ତାରିଖ ନାମାଙ୍କନର ଶେଷ ଦିନ ହୋଇଥିବାରୁ ସମସ୍ତେ ନାମାଙ୍କନ ଦାଖଲ କରିବେ । ଏନେଇ ଦଳ ଓ ପ୍ରାର୍ଥୀଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ମାର୍ଚ୍ଚ ୬ରେ ପ୍ରାର୍ଥୀପତ୍ରର ହେବ ଯାଞ୍ଚ । ମାର୍ଚ୍ଚ ୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ୧୬ମାର୍ଚ୍ଚରେ ରାଜ୍ୟସଭା ଆସନ ପାଇଁ ପଡ଼ିବ ଭୋଟ୍ ।