ପ୍ରଥମ ବର୍ଷର ଛାତ୍ରୀଙ୍କୁ ସିନିୟରଙ୍କ ନିର୍ଯାତନା

ପୁଣି ଥରେ ରାଗିଂର ଶିକାର ହେଲେ ଆଉ ଜଣେ ଛାତ୍ରୀ

ଗଞ୍ଜାମ/ ରଜନୀକାନ୍ତ ପାତ୍ର:ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବିନାୟକ ଆଚାର୍ୟ୍ୟ କଲେଜ ପରେ ଏବେ ଖଲ୍ଲିକୋଟ ଜୁନିୟର କଲେଜରେ ରାଗିଂ ଅଭିଯୋଗ ହୋଇଛି । ଜଣେ ପ୍ରଥମ ବର୍ଷର ଛାତ୍ରୀକୁ ରାଗିଙ୍ଗ ଅଭିଯୋଗ ହୋଇଛି । ଦ୍ୱିିତୀୟ ବର୍ଷର କିଛି ଛାତ୍ର କଲେଜ କ୍ୟାମ୍ପସ ଭିତରେ ପ୍ରଥମ ବର୍ଷର ଛାତ୍ରୀଙ୍କୁ ନିର୍ୟାତନା ଦେଇଥିବା ଅଭିଯୋଗ ହେଇଛି । କଲେଜରେ କ୍ୟାମ୍ପସରେ ପିଛା କରିବା ସହ କ୍ଲାସ କଲାବେଳେ ରାଗିଙ୍ଗ କରୁଥିବା ଅଭିଯୋଗ ହୋଇଛି । ଯଦିଓ ରାଗିଂ ନେଇ ର୍ନିଦ୍ଦିଷ୍ଟ ଭାବେ କାହା ନାମରେ ଅଭିଯୋଗ ହୋଇନି,ମାତ୍ର କଲେଜ କର୍ତ୍ତପକ୍ଷଙ୍କୁ ଲିଖିତ ଅଭିଯୋଗ ହୋଇଛି । ଘଟଣା ସଂପର୍କରେ ଷ୍ଟାଣ୍ଡିଂ କମିଟି ସହ ଆଲୋଚନା କରି ଆକ୍ସନ ନିଆଯିବ ବୋଲି କହିଥିବା କଲେଜ କର୍ତ୍ତପକ୍ଷ ତରଫରୁ ସୂଚନା ମିଳିଛି । ପୂର୍ବରୁ ମଧ୍ୟ ରାଗିଂ ନେଇ ମୌଖିକ ଭାବେ ଅଭିଯୋଗ ହୋଇଥିଲା ପୂର୍ବର ଅଭିଯୋଗରେ ୧୦ଜଣ ଛାତ୍ରଙ୍କୁ ଚିହ୍ନଟ କରି ୧୦ଦିନ ପାଇଁ କ୍ୟାମ୍ପସରୁ ବହିଷ୍କୃତ କରାଯାଇଥିଲା ।