କନ୍ଧମାଳ / ମୃତ୍ୟୁଞ୍ଜୟ ଦିଗାଲ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପଞ୍ଚାୟତ ସମିତି ର ଉପାଧକ୍ଷ ଅଜିତ କୁମାର ସାହୁ ନିଖୋଜ ହୋଇଯାଇଥିବା ସୂଚନାମିଳିଛି I ଗତ କାଲି ରାତି ପ୍ରାୟ ୯ ଟା ସମୟରେ ଫିରିଙ୍ଗିଆ ବ୍ଲକ ଜାଜେସ ପାଙ୍ଗା ଗାଁ ଠାରେ ଚାଲିଥିବା ଏକ ଯାତ୍ରା ରେ ଅତିଥି ଭାବରେ ଯୋଗ ଦେବାପାଇଁ ଯାଉ ଥିବା ସମୟରେ ରାସ୍ତାରୁ କୁଆଡେ ନିଖୋଜ ହୋଇଯାଇଥିବା ଜଣାଅଡ଼ିଛି I ସୂଚନା ଅନୁସାରେ ଜାଜେଶପାଙ୍ଗା ଗାଁରେ ବରାଳ ଦେବୀ ପୁଜା ପାଇଁ ଯାତ୍ରା ଅନୁଷ୍ଠିତ ହୋଇ ଥିଲା I ଯାତ୍ରାରେ ଉପାଧକ୍ଷ ଙ୍କୁ ଅତିଥି ଭାବରେ ଡକାଯାଇଥିଲା I ଉପାଧକ୍ଷ ଜଣକ ନିଜ କାର ସହ ରତଙ୍ଗ ପଞ୍ଚାୟତ ର ସମିତି ସଭ୍ୟ ବିରଞ୍ଚି ମଳିକ ଓ ବସନ୍ତ ମାଝୀ ନାମକ ତାଙ୍କର ଜଣେ ସହଯୋଗୀ ଙ୍କ ସହ ଜେଜେଶପାଙ୍ଗା ଜିବା ପାଇଁ ବାହାରିଥିଲେ I କାର୍ଯ୍ୟକ୍ରମ ରେ ବିଳମ୍ବ ହେବାରୁ ସେ ତାଙ୍କ କାର ରେ ସାଡୀଙ୍ଗିଆ ଯାଉଥିଲେ I ସାଡୀଙ୍ଗିଆ ଜିବା ରାସ୍ତାରେ ଥିବା ଘାଟି ନିକଟରେ କାର ଟିକୁ ରଖି ପରିସ୍ରା କରିବା ପାଇଁ ଓହ୍ଲାଇ ଥିଲେ I ପରିସ୍ରା କରିବା ପାଇଁ ଅଜିତ ଗୋଟେ ପଟେ ଯାଇଥିବା ବେଳେ ତାଙ୍କର ଦୁଇଜଣ ସହଯୋଗୀ ଅନ୍ୟପଟେ ପରିସ୍ରା କରିବା ପାଇଁ ଯାଇଥିଲେ I ଅଜିତ ଙ୍କ ଦୁଇ ସହଯୋଗୀ ପରିସ୍ରା କରି ଫେରିଲା ପରେ ଅଜିତ ପାଖରେ ନଥିବା ଦେଖିବାକୁ ପାଇଥିଲେ I ଅଜିତ ଅଜିତ ଙ୍କ ଦୁଇ ସହଯୋଗୀ ସ୍ଥାନୀୟ ଅଂଚଳରେ ବହୁ ଖୋଜା ଖୋଜି କଲା ପରେ ମଧ୍ୟ୍ୟ ଅଜିତ ଙ୍କୁ ପାଇ ନଥିଲେ I ଅନ୍ୟପଟେ ଅଜିତ ଙ୍କ କାର ରେ କାର ଚାବି ଲାଗି ରହିଥିବା ବେଳେ କାର ରେ ତାଙ୍କ ମୋବାଇଲ ମଧ୍ୟ୍ୟ ରହିଛି I ପରେ ତାଙ୍କର ସହଯୋଗୀ ଅର୍ଥାତ ରତଙ୍ଗ ସମିତି ସଭ୍ୟ ବିରଞ୍ଚି ମଳିକ ଫିରିଙ୍ଗିଆ ଥାନାକୁ ଫୋନ ଯୋଗେ ସବୁ କଥା ଜଣାଇ ଥିଲେ I ବର୍ତମାନ ସୁଦ୍ଧା ଉପାଧକ୍ଷା ଙ୍କ କୌଣସି ଖୋଜଖବର ମିଳିପାରିନଥିବା ବେଳେ ପୋଲିସ ତଦନ୍ତ ଜାରିରଖିଛି I ଅନ୍ୟପଟେ ଉକ୍ତ ଅଞ୍ଚଳଟି ମାଓ ଅଧିସୁତ ଅଂଚଳ ହୋଇଥୁବାରୁ ମାଓ ବାଦି ମାନେ ଅଜିତ ଙ୍କୁ ଅପହରଣ କରିନେଇଥିବା ସନ୍ଦେହ କରାଯାଉଛି I କହିଦିନ ତଳେ ଏହି ଅଂଚଳରେ ମାଓ ବାଦି ମାନେ ଜଣେ ପୂର୍ବତନ ସରପଞ୍ଚ ଙ୍କୁ ଗୁଳି କରି ହତ୍ୟା କରି ନିଜର ସ୍ଥିତି ଜାହିର କରିଥିଲେ I ତେବେ ଏହି ଘଟଣା ସାରା ଫିରିଙ୍ଗିଆ ଅଂଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି I