ୟୁଏସ: ଆମେରିକାର ଅକ୍ସଫୋର୍ଡ ଟାଉନସିପରେ ଥିବା ମିଶିଗାନ ହାଇସ୍କୁଲରେ ହୋଇଛି ଗୁଳିମାଡ । ଜଣେ ୧୫ ବର୍ଷିୟ ଛାତ୍ର କରିଛନ୍ତି ଆଖିବୁଜା ଗୁଳି ଚାଳନା ।ଏହି ଘଟଣାରେ ୩ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଶିକ୍ଷକଙ୍କ ସହ ଅନ୍ୟ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ଓକଲ୍ୟାଣ୍ଡ କାଉଣ୍ଟିଙ୍ଗ ସେରିଫ ଅଫିସ ପକ୍ଷରୁ ମାଇକେଲ ମ୍ୟାକେବ କହିଥିଲେ ଯେ, ‘ଘଟଣାଟି ଅତ୍ୟନ୍ତ ଗମ୍ଭୀରପୂର୍ଣ । ଅଭିଯୁକ୍ତ ଏପରି କଣ ପାଇଁ କଲେ ତାହା ନେଇ ଏ ପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ । ମାତ୍ର ସେ ହମଲା କରିବା ଉଦ୍ଦେଶ୍ୟରେ ହି ଆସିଥିଲା’ । ମଙ୍ଗଳବାର ଅପରାହ୍ନ ୧୨.୫୫ରେ କ୍ଲାସ ଚାଲିଥିବା ସମୟରେ ଘଟିଥିଲା ଅଘଟଣ । ଗୁଳିକାଣ୍ଡର ଖବର ପାଇ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯକ୍ତକୁ ଗିରଫ କରିଥିଲା । ଗୋଟିଏ ସେମି ଅଟୋମାଟିକ ବନ୍ଧୁକ ସହ କିଛି କ୍ଲିପ ମଧ୍ୟ ଜବତ କରିଛି ପୋଲିସ ।
ରାଷ୍ଟ୍ରପତି ଜୋ ବାଇଡେନ ଦୁର୍ଘଟଣାରେ ମର୍ମାହତ ହୋଇ କହିଛନ୍ତି ଯେ, ‘ବର୍ତମାନ ସମଗ୍ର ସମାଜ ସ୍ତବ୍ଧ ହୋଇଯାଇଛି । ନିଜର ଅତ୍ୟନ୍ତ ପ୍ରିୟଜନଙ୍କୁ ହରାଇଥିବା ପରିବାରବର୍ଗଙ୍କ ପାଇଁ ତାଙ୍କର ରହିଛି ଅତ୍ୟନ୍ତ ସମବେଦନା ‘।