କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଅଞ୍ଚଳରେ ଘଟିଛି ଗୁଳିକାଣ୍ଡ

କେନ୍ଦ୍ରାପଡ଼ା-: ପୁଣି ଅଶାନ୍ତ ହେଲା କେନ୍ଦ୍ରାପଡ଼ା । ସ୍ପଷ୍ଟ ଦିବାଲୋକ, ସର୍ବସମ୍ମୁଖରେ ହେଲା ଗୁଳିମାଡ଼ । ରାସ୍ତାରେ ଯିବା ବେଳେ ଜଣେ ଯୁବକଙ୍କ ଉପରକୁ ୩ ରୁ ୪ ଜଣ ଦୁର୍ବୃତ୍ତ କଲେ ଗୁଳି ମାଡ଼ । ଗୋଟିଏ ଗୁଳି ଯୁବକଙ୍କ ଗୋଡ଼ରେ ବାଜି ଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଅଞ୍ଚଳରେ ରବିବାର ଗୁଳିକାଣ୍ଡ ଘଟିଛି । ଏଥିରେ ଗୌତମ ମଲ୍ଲିକ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଗୌତମ କୁଦାନଗରୀ ଦେଇ ଯାଉଥିବା ସମୟରେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ । ପୋଲିସ  ଘଟଣାର ତଦନ୍ତ ଚଳାଇ ଥିବାବେଳେ ପୂର୍ବ ଶତ୍ରୁତା ଯୋଗୁ ଏହି ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି ।