କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ଗାଁରେ ଅଘଟଣ । ଚାଷୀ ନୃପତି ବେହେରାଙ୍କ ଖଳାରେ କୌଣସି ନିଆଁ ଲାଗି ଯାଇଥିବା ଜଣାଯାଇଛି । ଅଘଟଣ ଫଳରେ ଲକ୍ଷାଧକ ଟଙ୍କାର ଧାନ ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳିଛି । ତେବେ ଖବର ପାଇ ବଙ୍ଗୋମୁଣ୍ଡା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଅନେକ ଧାନ ପୋଡି ପାଉଁଶ ହୋଇଯାଇଛି । ଖଳାରେ ପ୍ରାୟ ୧୦ ଏକର ଜମିର ଧାନ ଥିବା କହିଛନ୍ତି ନୃନତି ବେହେରା । ତେବେ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣି ସୁନାନୀ ସ୍ଥାନୀୟ ଆରଆଇ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।