ପୁଣି ଦିଲ୍ଲୀରେ ଅଗ୍ନିକାଣ୍ଡ

(ଅନୁସ୍ୱୟା)ଭୁବନେଶ୍ୱର: ଆଜି ଭୋର ୫ଟା ବେଳେ କାଳିନ୍ଦୀ କୁଞ୍ଜ ମେଟ୍ରୋ ଷ୍ଟେସନ ନିକଟରେ ଥିବା ଆସବାବପତ୍ର ବଜାରରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡ ଘଟିବାରୁ ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ଯାଇଛି। ଅଗ୍ନିକାଣ୍ଡର କାରଣ ମଧ୍ୟ ଜଣାପଡ଼ି ନାହିଁ।
କାଳିନ୍ଦୀ କୁଞ୍ଜର ଘଟଣାସ୍ଥଳକୁ ସତରଟି ଦମକଳ ଯାଇଛି। ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ସୂଚନା ନାହିଁ। କେତେ ଘଣ୍ଟା ଧରି ଜଳିବା ପରେ ନିଆଁକୁ ଆୟତ୍ତାଧୀନ କରାଯାଇଥିଲା।
ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ ଟୁଇଟର୍ରେ ଏକ ବିବୃତ୍ତି ଜାରି କରି କହିଛି ଯେ ତଳୁ ଉଠୁଥିବା ଧୂଆଁ ଓ ନିଆଁ ଯୋଗୁଁ ଜାସୋଲା ବିହାର ଏବଂ କାଳିନ୍ଦୀ କୁଞ୍ଜ ମଧ୍ୟରେ ରେଳ ସେବା ବ୍ୟାହତ ହୋଇଛି। ଅସୁବିଧା ପାଇଁ ଆମେ ଦୁଃଖିତ।
କିନ୍ତୁ ଜନକପୁରୀ ପଶ୍ଚିମ ଓ ଜସୋଲା ବିହାର ଶହୀନ ବାଗ ମଧ୍ୟରେ ସର୍ଟ ଲୁପ୍ ଯାତାୟାତ କରୁଛି। ସାମୟିକ ଭାବେ କାଳିନ୍ଦୀ କୁଞ୍ଜ ଏବଂ ବଟାନିକାଲ୍ ଗାର୍ଡେନ୍ ମଧ୍ୟରେ ସେବା ସ୍ଥଗିତ ରହିଛି।