ନର୍ସିଂହୋମରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ମଙ୍ଗଳବାର ରାତି ପ୍ରାୟ ୧୧ ଟାରେ ଦିଲ୍ଲୀର ଏକ ନର୍ସିଂହୋମରେ ଅଗ୍ନିକାଣ୍ଡ । ଦିଲ୍ଲୀର ବିକାଶପୁରୀରେ ଥିବା ୟୁକେ ନର୍ସିଂ ହୋମରେ ଅଗ୍ନିକାଣ୍ଡ । ନର୍ସିଂ ହୋମର ପ୍ରଥମ ମହଲାରେ ଥିବା ଷ୍ଟୋର ରୁମରେ ନିଆଁ ଲାଗି ଯାଇଥିଲା । ଅଗ୍ନିକାଣ୍ଡ ପରେ ସେଠାରେ ଥିବା ସମସ୍ତ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯ।।ଇଛି । ଏଡି ହସ୍ପିଟାଲରେ କରୋନା ରୋଗୀଙ୍କ ଚିକିତ୍ସା ଚାଲିଥିଲା । ନି÷ଆଁ ଲିଭାଇବାକୁ ୭ଟି ଅଗ୍ନିଶମ ଗାଡି ନିୟୋଜିତ ହୋଇଥିଲା । ତେବେ ଏହି ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହେବାର ସୂଚନା ମିଳିନାହିଁ । ଏଠାରେ ମୋଟ ୨୬ ଜଣ କରୋନା ସଂକ୍ରମିତ ଚିକିତ୍ସିତ ହେଉଥିଲେ ।
ଏହାପୂର୍ବରୁ ମଙ୍ଗଳବାର ଦିନ ଦିଲ୍ଲୀ ନିକଟ ନୋଏଡାଠାରେ ମଧ୍ୟ ଅଗ୍ନିକାଣ୍ଡ ହୋଇଥିଲା । ନୋଏଡାର ସେକ୍ଟର -୪୯ ଥାନା ଅଞ୍ଚଳରେ ଥିବା ବସ୍ତିରେ ନିଆଁ ଲାଗିଯାଇଥିଲା । ନିଆଁ ବହୁତ ଭୟଙ୍କର ଥିଲା । ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ୧୨ଟି ଦମକଳ ଗାଡି ଉପସ୍ଥିତ ଥିଲା । ବହୁ ସମୟ ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା । ଏହି ଅଗ୍ନିକାଣ୍ଡରେ କାହାର କୌଣସି କ୍ଷୟକ୍ଷତି ହୋଇନଥିଲା ।