କୋଭିଡ ହସ୍ପଟିଲାରେ ଅଗ୍ନିକାଣ୍ଡ

(ନୂଆଦିଲ୍ଲୀ) : କୋଭିଡ ହସ୍ପିଟାଲରେ ବଡ ଧରଣର ଅଗ୍ନିକାଣ୍ଡ । ମହାରାଷ୍ଟ୍ରର ଅହମଦନଗରରେ ଥିବା ସଭିଲ ହସ୍ପିଟାଲରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୧୦ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ୬ଜଣ ଗୁରୁତର ହୋଇଛନ୍ତି । ଏ ନେଇ ଅହମଦନଗରର ଜିଲ୍ଲାପାଳ ରାଜେନ୍ଦ୍ର ଭୋସଲେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଗୁରୁତରଙ୍କ ଚିକିତ୍ସା ଜାରି ରହିଛି ଅନପଟେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହାର ଯାଞ୍ଚ ପାଇଁ ଆଦେଶ ଦେଇଛନ୍ତି।