ସେରମ ଇନଷ୍ଟିଚ୍ୟୁଟରେ ଅଗ୍ନିକାଣ୍ଡ

ମୁମ୍ବାଇ: ସେରମ ଇନଷ୍ଟିଚ୍ୟୁଟରେ ନିଆଁ । ମହାରାଷ୍ଟ୍ରର ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟରେ ଆଜି ନିଆଁ ଲାଗିଯାଇଛି । ସେରମର ଟର୍ମିନାଲ୧ ଗେଟରେ ନିଆଁ ଲାଗିଯାଇଛି । ମାନଝରି ସ୍ଥିତ ସେରମ ଇନଷ୍ଟିଚ୍ୟୁଟର ଏକ ବିଲ୍ଡିଂରେ ନିଆଁ ଲାଗିଛି । ନିଆଁକୁ ଆୟତ୍ତ କରିବାକୁ ୧୦ଟି ଦମକଳ ବାହିନୀ କାର୍ଯ୍ୟରତ ଅଛି । ଏହି ଅଗ୍ନିକାଣ୍ଡ ପରେ କୋଭିସିଲ୍ଡ ଟୀକା ଉତ୍ପାଦନରେ ବ୍ୟାହତ ହୋଇ ନ ଥିବା ସୂଚନା ଦିଆଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେରମ ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କରିଥିବା କୋଭିସିଲ୍ଡ ଟିକା ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ପୂର୍ବଭଳି ଟିକା ଉତ୍ପାଦନ କାର୍ଯ୍ୟ ବ୍ୟାହତ ରହିଛି। କାରଣ ସେରମ ପକ୍ଷରୁ ତିଆରି କରାଯାଉଥିବା ନୂଆ ବିଲଡିଂରେ ହିଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ତଥାପି କେଉଁଠି ନିଆଁ ଲାଗିଛି ଓ କୋଭିସିଲ୍ଡର ପ୍ରଡକ୍ସନ ୟୁନିଟି ପ୍ରଭାବିତ ହୋଇଛି କି ନାହିଁ, କମ୍ପାନୀ ପକ୍ଷରୁ ବିଧିବଦ୍ଧ ଭାବେ କିଛି ବି କୁହାଯାଇ ନାହିଁ।

ଅଗ୍ନିକାଣ୍ଡ ଯୋଗୁ ପ୍ଲାଣ୍ଟ ଭିତରେ କେତେ ଜଣ ଫସିଛନ୍ତି ସେନେଇ ଜଣାପଡ଼ିନାହିଁ।  ୫ ମହଲା ବିଶିଷ୍ଟ ୩୦୦ କୋଟି ଟଙ୍କାରେ ନିର୍ମିତ  ଏହି ପ୍ଲାଣ୍ଟରେ କିଛି ଦିନ ଭିତରେ କୋଭିସିଲ୍ଡ ଉତ୍ପାଦନ ଆରମ୍ଭ ହୋଇଥାନ୍ତା।