(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ଦିଲ୍ଲୀ ସିରସପୁର ସ୍ଥିତ ଏକ ରବର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଆଜି ସକାଳେ ଘଟିଛି । ଗୋଦାମରେ ନିଆଁ ଲାଗିବାରୁ ସାରା ଅଂଚଳ ଧୁଆଁରେ ଭରି ଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି । ୨୬ଟି ଦମକଳ ଗାଡି ନିଆଁ ଲିଭା କାମରେ ନିୟୋଜିତ ହୋଇଛନ୍ତି । ରବର ଗୋଦାମରେ କେମିତି ନିଆଁ ଲାଗିଲା ତାହ ଜଣାପଡିନଥିବାବେଳେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ଜଣାପଡିଛି । ନିଆଁ ଲାଗିବାକୁ ନେଇ ସ୍ଥାନୀୟ ପୁଲିସ ତାର ଯାଞ୍ଚ ଚଳାଇଛି ।