ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ, ୧୦ ବଖରା ଘର ପୋଡି ପାଉଁଶ

(ବାଲେଶ୍ୱର): ବିଦ୍ୟୂତ ସର୍ଟ ସର୍କିଟରୁ ଭୟଙ୍କର ଅଗ୍ନିକାଣ୍ଡ । ଜଳିଗଲା ୧୦ ବଖରା ଘର । ଏଭଳି ଘଟିଛି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଅନ୍ତର୍ଗତ ସରସଂଖ ଗାଁରେ। ବୁଧବାର ମଧ୍ୟାହ୍ନରେ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବିଦ୍ୟୁତ ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିଲା । ଗାଁ ଲୋକେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ନିଆଁ ଏତେ ଜୋରରେ ବ୍ୟାପିଥିଲା ଯେ, ଘରୁ ଜିନିଷ ପତ୍ର ବାହାର କରିବା ସମ୍ଭବ ହୋଇନଥିଲା । ଫଳରେ ଅଗ୍ନିକାଣ୍ଡରେ ଉକ୍ତ ବ୍ୟକ୍ତିଙ୍କ ୧୦ ବଖରା ଘର ସମ୍ପୁର୍ଣ୍ଣ ପୋଡି ପାଉଁଶ ହୋଇଥିଲା । ନିଆଁ ଲିଭାଯିବା ପରେ ଘରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପୁର୍ଣ୍ଣ ଭସ୍ମୀଭୂତ ହୋଇଛି । ଅଗ୍ନିକାଣ୍ଡ ଫଳରେ ବାସହରା ହୋଇଥିବା ବ୍ୟକ୍ତିଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗାଁ ଲୋକେ ଦାବି କରିଛନ୍ତି ।