ପୁରୀ:- ଗତକାଲି ରାତି ପ୍ରାୟ ସାଢେ ୯ଟା ସମୟରେ ପୁରୀ ସହର ପୁରୁଣା ସଦର ଥାନା ଲେନରେ ଘଟିଛି ଅଗ୍ନିକାଣ୍ଡ । ସମ୍ପୃକ୍ତ ଅଂଚଳର ଯୋଗାଣ ବିଭାଗର ଡିଲର ଭାବେ ପରିଚିତ ଚନ୍ଦ୍ରଶେଖର ତ୍ରିପାଠୀଙ୍କ ଘରେ ଲାଗିଥିଲା ନିଆଁ । ସମଗ୍ର ଅଂଚଳ କଳା ଧୂଆଁରେ ଭର୍ତି ହୋଇଯିବା ସହ ନିଆଁର ପ୍ରକୋପ ବଢି ବଢି ଚାଲିଥିଲା। କଳା ଧୂଆଁ ଯୋଗୁ ସମ୍ପୃକ୍ତ ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଇଥିଲା । ଘରର ଉପର ମହଲା ଘରେ କେହି ନଥିବାରୁ କବାଟ ବନ୍ଦ ଥିଲା। ଏଣୁ ନିଆଁକୁ ଆୟତ୍ତ କରିବା ସମ୍ଭବ ନଥିଲା । ଘଟଣା ସମ୍ପର୍କରେ ଅଗ୍ନିଶମ ବିଭାଗ ଖବର ପାଇବା ପରେ ଘଟଣା ସ୍ଥଳରେ ପହଂଚି ପ୍ରାୟ ଅଧ ଘଣ୍ଟାଏ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ କାହାର କ୍ଷୟ କ୍ଷତି ହୋଇ ନଥିବା ବେଳେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ।