ସୁବର୍ଣ୍ଣପୁର : ଫଳ ଦୋକାନରେ ନିଆଁ ଲାଗି ଜଳିପୋଡି ପାଉଁଶ ହୋଇଗଲା ଦୋକାନ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକରେ ଥିବା ଏକ ଫଳ ଦୋକାନରେ ନିଆଁ ଲାଗି ପୋଡି ପାଉଁଶ ହୋଇଗଲା ଲକ୍ଷ୍ୟ ଲକ୍ଷ ଟଙ୍କାର ଫଳ l
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ହସ୍ପିଟାଲର ରୋଡ ସ୍ଥିତି ଏକ ଫଳ ଦୋକାନରେ କୌଣସି କାରଣ ବଶତଃ ନିଆଁ ଲାଗି ସବୁ ପୋଡି ଛାର ଖାର ହୋଇଯାଇଛି। ସେଠାରେ ପ୍ରତି ଦିନ ଫଳ ବିକି ପରିବାର ଗୁଜୁରାଣ ମେଣ୍ଟାଉଥିବା ଗରିବ ପରିବାର , ଗୋଟିଏ ସେଲୁନ, ଚାରି ଗୋଟି ଫଳ ଦୋକାନ ସମ୍ପୂର୍ଣ ପୋଡି ପାଉଁଶ ହୋଇଯାଇଛି। ହାଡୁ ବାରିକ ଙ୍କର ସେଲୁନ ଦୋକାନ , ସୁବ୍ରତ ପଧାନ, ଲାଇନ ପଧାନ, ଭୀଷ୍ମ ସାହୁ, ରାଜେଶ ସେଠ ଙ୍କର ଫଳ ଦୋକାନ ସମ୍ପୂଣ ପୋଡି ପାଉଁଶ ହୋଇଯାଇଛି l
ପୋଲିସ ଷ୍ଟେସନ ପାଖରେ ଥିବା ଏହି ଫଳ ଦୋକାନରେ ନିଆଁ ଲାଗିଥିଲା ମଧ୍ୟ କେହି କେମିତି ଜାଣି ପାରିନଥିଲେ ସାଧାରଣରେ ଚର୍ଚ୍ଚା ହେଉଛି l ବସ୍ ଷ୍ଟାଣ୍ଡ ଅଂଚଳ ରେ ଏମିତି ଘଟଣା ଘଟିବା ଚିନ୍ତା ର ବିଷୟ ଅଟେ ,ହେଲେ କେମିତି ନିଆଁ ଲାଗିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ l ତୁରନ୍ତ ପ୍ରଶାସନ ପକ୍ଷରୁ ଏହି ଗରିବ ଦୋକାନୀ ଙ୍କୁ କ୍ଷତିପୂରଣ ଦେବା ପାଇଁ ସାଧାରଣରେ ଚର୍ଚ୍ଚା ହଉଛି।