ଖଡଗପୁର –ଭଦ୍ରକ ପାସେଞ୍ଜର ଟ୍ରେନରେ ନିଆଁ

0

ଖଡଗପୁର ଭଦ୍ରକ ପାସେଞ୍ଜର ଟ୍ରେନ ଇଞ୍ଜିନରେ ନିଆଁ ଲାଗି ତଲୁ ଧୂଆଁ ବାହାରଥିଲା । ଏହାକୁ ଦେଖି ଯାତ୍ରୀମାନେ ଭୟରେ ଟ୍ରେନରୁ ଓହ୍ଲାଇ ପଡିଛନ୍ତି । ବାଲେଶ୍ୱର ଲକ୍ଷ୍ମଣନାଥ ରୋଡ ଷ୍ଟେସନରେ ପାସେଞ୍ଜର ଟ୍ରେନରେ ନିଆଁ ଦେଖାଯାଇଥିଲା। ଧୁଆଁ ଦେଖି ଟ୍ରେନର ଯାତ୍ରୀମାନେ ଚିତ୍କାର କରି ପାଇଲଟକୁ ଡାକିଥିଲେ। ଲକ୍ଷ୍ମଣନାଥ ରୋଡ଼ ଷ୍ଟେସନରେ ଟ୍ରେନ୍ ଛିଡା ହେବା ପରେ ପାଇଲଟ୍ ତଳକୁ ଓହ୍ଲାଇ ଇଞ୍ଜିନ ତଳୁ ବାହାରୁଥିବା ଧୁଆଁକୁ ଆୟତ୍ତ କରିଥିଲେ।