ବାଲେଶ୍ୱର ଫକୀର ମୋହନ ମେଡିକାଲରେ ଅଗ୍ନିକାଣ୍ଡ

ବାଲେଶ୍ୱର: ବାଲେଶ୍ୱର ମେଡିକାଲରେ ନିଆଁ । ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ ଅଗ୍ନିକାଣ୍ଡ । ଏସି ସର୍ଟସର୍କିଟରୁ ନିଆଁ ଲାଗିଥିବା ଜଣାପଡିଛି । ପ୍ରବଳ ପୋଡାଗନ୍ଧ ଫଳରେ ହସ୍ପିଟାଲର କୋମା ୱାର୍ଡରେ ଚିକିତ୍ସିତ ରୋଗୀ ଭୟରେ ବାହାରକୁ ଦୌଡି ପଳାଇ ଥିଲେ । ଖବର ପାଇ ତୁରନ୍ତ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଛନ୍ତି।  ତେବେ ଏଥିରେ କାହାର କିଛି କ୍ଷତି ହୋଇନାହିଁ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି ।