ଭୁବନେଶ୍ୱର: ଶିଖରଚଣ୍ଡୀ ପାହାଡ଼ରେ ଲାଗିଲା ନିଆଁ। ଥରେ ନୁହେଁ ତିନି ତିନି ଥର ଲାଗିଲା ନିଆଁ। ଅଗ୍ନିକାଣ୍ଡ ସମୟରେ ଗୋଟିଏ ହାତୀ ଥିବା ସୂଚନା। ସେଠାରେ ଥିବା ଗୋଟେ ଘରୋଇ ଇଞ୍ଜନିୟରିଂ କଲେଜ୍, ବିସ୍କୁଟ କମ୍ପାନୀ ନିକଟରୁ ନିଆଁ ଆରମ୍ଭ ହୋଇ ପାହାଡ଼ ଉପରକୁ ବ୍ୟାପିଥିଲା। ଖବର ପାଇ ଉଭୟ ବନ ବିଭାଗ ଏବଂ ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଘଉଡ଼ାଇବା ସହ ନିଆଁ କୁ ନିୟନ୍ତ୍ରଣ କରିଥିଲେ। ସେପଟେ ଅଗ୍ନିଶମ ବାହୀନି କର୍ମଚାରୀଙ୍କ କହିବା ଅନୁଯୟୀ ଜଙ୍ଗଲ ସଫେଇ ପରେ ଜମା ହୋଇ ରହୁଥିବା ଶୁଖିଲା ପତ୍ର ଏବଂ କାଠିକୁଟାରେ ନିଆଁ ଲାଗିବା ଏବଂ ତାପମାତ୍ରା ଅତ୍ୟଧିକ ଉତ୍ତପ୍ତ ଥିବାରୁ ନିଆଁ ଖୁବ୍ ଜୋରରେ ବ୍ୟାପୁଛି।