ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

ରିପୋର୍ଟରସ ଟୁଡେ, ଭୁବନେଶ୍ୱର: ଗତକାଲି ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତି ବିଭାଗରେ ଅଗ୍ନିକାଣ୍ଡ ଘଟିଛି । ହସ୍ପିଟାଲରେ ବିଦ୍ୟୁତ ସଟ ସର୍କିଟ ଯୋଗୁଁ ଫ୍ୟାନ ପୋଡି ଯିବା ସହ ପାଣି ଫ୍ରିଜରରୁ ଜୋରରେ ଶବ୍ଦ ହୋଇ ନିଆଁ ଲାଗି ଯାଇଥିଲା । ଘଟଣାସ୍ଥଳରେ ଉପସ୍ଥିତ ଥିବା ରୋଗୀ ଓ ଅନ୍ୟ ଲୋକମାନେ ଜୀବନ ବଂଚାଇବା ପାଇଁ ତଳକୁ ଧାଇଁଥିଲେ ।

ସୂଚନାନୁସାରେ, କାଲି ରାତି ପ୍ରାୟ ୨ଟା ବେଳେ ହଠାତ ସଟ ସର୍କିଟ ଯୋଗୁଁ ଫ୍ୟାନ ପୋଡିବା ସହ ପାଣି ଫ୍ରିଜରରେ ନିଆଁ ଲାଗି ତାର ଜଳି ଯାଇଥିଲା । ଉପସ୍ଥିତ ଲୋକଙ୍କ ପାଟି ଶୁଣି ମେଡିକାଲ କର୍ତ୍ତୃପକ୍ଷ ଆସ ପହଂଚିଥିଲେ ଓ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା । ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିଥିଲା । ଏହାସହ ଘଣ୍ଟା ଘଣ୍ଟା ଧରି ପ୍ରସୂତିମାନେ ନବଜାତ ଶିଶୁଙ୍କୁ ଧରି ବାହାରେ ବସି ରହିଥିଲେ । ଅନ୍ୟପଟେ ଜିଲ୍ଲା ମୁଖ୍ୟ ମେଡିକାଲରେ ଏହିଭଳି ଅବ୍ୟବସ୍ଥା ଦେଖି ରୋଗୀ ଓ ସେମାନଙ୍କ ପରିବାର ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣାସ୍ଥଳରେ ଚିକିତ୍ସାଳୟର  ମୁଖ୍ୟ ଅଧିକାରୀମାନେ ପହଂଚି ଲୋକମାନଙ୍କୁ ବୁଝାସୁଝା କରିବା ସହ ଡାକ୍ତରଖାନା ପରିସର ବୁଲି ଅନୁଧ୍ୟାନ କରିଥିଲେ । ଅତିରିକ୍ତ ଜିଲ୍ଲା ଚିକିତ୍ସାଅଧିକାରୀ ଡାକ୍ତରଖାନାରେ କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ଦେଇଛନ୍ତି ।