ମହଙ୍ଗା ପଡିଲା ରଥ ଉପରକୁ ମୋବାଇଲ ନେବା, ୭ ଗିରଫ

ପୁରୀ: ସେବାୟତଙ୍କୁ ମହଙ୍ଗା ପଡ଼ିଲା ରଥ ଉପରକୁ ମୋବାଇଲ୍ ନେବା। ରଥ ଉପରକୁ ମୋବାଇଲ୍‌ ନେଇଥିବା ୭ ସେବାୟତଙ୍କ ନାଁରେ ମାମଲା ରୁଜୁ । ସିଂହଦ୍ବାର ପୋଲିସ ଷ୍ଟେସନ ୭ ସେବାୟତଙ୍କ ନାଁରେ ଏତଲା ଦିଆଯାଇଛି । ତେବେ ସେବାୟତଙ୍କ ନାଁରେ FIR ହୋଇଥିବା ନେଇ ସ୍ପଷ୍ଟ କରିଛି ଶ୍ରୀମନ୍ଦିର ପ୍ରଶାସନ । ଅନେକ ବାରଣ ସତ୍ତ୍ବେ କିଛି ସେବାୟତ ରଥ ଉପରକୁ ମୋବାଇଲ୍‌ ନେଇଥିବା ନେଇ ଅଭିଯୋଗ ହୋଇଥିଲା ।

ତେବେ ରଥ ଉପରକୁ ମୋବାଇଲ୍‌ ନେଇଥିବା ସେବାୟତଙ୍କ ନାଁରେ ମାମଲା ରୁଜୁ କରିବା ପାଇଁ ଦିଆଯାଇଥିଲା ନିର୍ଦ୍ଦେଶ । ଏନେଇ ସିଂହଦ୍ବାର ପୋଲିସ ଷ୍ଟେସନକୁ ଚିଠି ଲେଖିଥିଲା ଶ୍ରୀମନ୍ଦିର ପ୍ରଶାସନ । ବାରଣ ସତ୍ତ୍ବେ କିଛି ସେବାୟତ ରଥ ଉପରକୁ ମୋବାଇଲ୍‌ ନେଇଥିଲେ । ଏହା କେବଳ ରଥର ପବିତ୍ରତା ନଷ୍ଟ କରିନି, ଧନଜୀବନ ପ୍ରତି ବିପଦ ହୋଇଛି ବୋଲି ଚିଠିରେ ଉଲ୍ଲେଖ କରିଥିଲା ଶ୍ରୀମନ୍ଦିର ପ୍ରଶାସନ ।

ଅନ୍ୟପଟେ ପୁରୀ ଶରଧାବାଲି ଦଳାଚକଟାରେ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାରେ ସାକ୍ଷ୍ୟ ଓ ତଥ୍ୟ ଗ୍ରହଣ କରିବେ ଉନ୍ନୟନ କମିଶନର୍ । ଆସନ୍ତାକାଲି ଭୁବନେଶ୍ବର ରାଜ୍ୟ ଅତିଥିଭବନରେ ଅପରାହ୍ନ ପରଠୁ ସାକ୍ଷ୍ୟ ଗ୍ରହଣ କରାଯିବ । ୧୦ରେ ପୁରୀ ସ୍ପେଶାଲ ସର୍କିଟ୍‌ ହାଉସ୍‌ରେ ଅପରାହ୍ନ ୩ରୁ ସାକ୍ଷାତ ବ୍ୟବସ୍ଥା କରାଯାଇଛି।  ସୂଚନା କିମ୍ବା ତଥ୍ୟ ଦେବାକୁ ମେଲ୍‌ ID ଓ ଟେଲିଫୋନ୍‌ ନଂ ମଧ୍ୟ ଜାରି କରାଯାଇଛି । [email protected]ରେ ସାକ୍ଷ୍ୟ ପଠାଇବାକୁ ଅନୁରୋଧ । ସେହିପରି ଟେଲିଫୋନ୍ ନଂ-୦୬୭୪-୨୫୩୬୮୮୨/୨୩୯୧୯୭୦ରେ ମଧ୍ୟ ଯୋଗାଯୋଗ କରିପାରିବେ ।