ଅଗଷ୍ଟରେ ସୂର୍ଯ୍ୟ- ଶୁକ୍ର ସମେତ ଆହୁରି କିଛି ବଡ ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଯେଉଁଥି ପାଇଁ ଏହି ମାସ ବେଶ୍ ଗୁରୁତ୍ୱପୂର୍ଣ୍ଣ । କିଛି ରାଶି ଉପରେ ଏହାର କୁପ୍ରଭାବ ପଡିପାରେ । ସେହିପରି କିଛି ରାଶିକୁ ଗ୍ରହ ଚଳନ ଶୁଭ ଫଳ ଦେଇପାରେ । ମାସ ଆରମ୍ଭରୁ ଅଗଷ୍ଟ 7ରେ ରାଶି ପରିବର୍ତ୍ତନ କରିବେ ଶୁକ୍ର, ଏହାପରେ ଅଗଷ୍ଟ 17ରେ ସୂର୍ଯ୍ୟ, 18ରେ ମଙ୍ଗଳ ଓ 24ରେ ବୁଧ ସିଂହ ରାଶିକୁ ଗୋଚର କରିବେ । ତେବେ ଏହି ଚଳନ 5ଟି ରାଶିକୁ ଶୁଭ ଫଳ ଦେବ ।
ମେଷ- ଅଗଷ୍ଟ ମାସ ମେଷ ରାଶି ପାଇଁ ଅତ୍ୟନ୍ତ ଶୁଭଦାୟକ । ବ୍ୟବସାୟ ଭଲ ହେବ । ସାଙ୍ଗସଥୀମାନେ ସହଯୋଗ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ସମାନରେ ମାନ ସମ୍ନାନ ବଢିବ । କାର୍ଯ୍ୟ ସଫଳ ହେବ । ଯୋଜନା ବାସ୍ତବ ରୂପ ନେବ ।
ମିଥୁନ- ମିଥୁନ ରାଶି ବ୍ୟକ୍ତିଙ୍କ ପାଇଁ ଅଗଷ୍ଟମାସ ବେଶ୍ ଶୁଭ । କାର୍ଯ୍ୟ କ୍ଷେତ୍ରରେ ସହକର୍ମୀ ଓ ବରିଷ୍ଠ ଅଧିକାରୀମାନେ ସହଯୋଗ କରିବେ । ବ୍ୟବସାୟ କରୁଥିବା ଲୋକମାନେ ଲାଭବାନ ହେବେ । ସମସ୍ତ ଲକ୍ଷ୍ୟ ପୂରଣ ହେବ । ଶିକ୍ଷାର୍ଥୀମାନଙ୍କ ପାଇଁ ମଧ୍ୟ ଲାଭବାନ ।
ସିଂହ- ସିଂହ ରାଶି ଲୋକଙ୍କର ବଦଳିପାରେ ଭାଗ୍ୟ । କ୍ୟାରିୟରରେ ସଫଳତା ମିଳିବ । ସେହିପରି ଆର୍ଥିକ ଭାବେ ଲାଭବାନ୍ ହେବେ । ନୂଆ ବ୍ୟବସାୟ କିମ୍ବା ନିବେଶ କରିପାରନ୍ତି । ଭବିଷ୍ୟତରେ ଏହି ନିବେଶରୁ ଆପଣ ଭଲ ଆୟ କରିପାରିବେ । ପିତା ଓ ପରିବାରର ଅନ୍ୟ ଲୋକଙ୍କ ସହ ଆପଣଙ୍କ ସମ୍ପର୍କ ମଜବୁତ ହେବ । ଆପଣଙ୍କ ଜୀବନସାଥୀ ମଧ୍ୟ ଆପଣଙ୍କୁ ପୂର୍ଣ୍ଣ ସହଯୋଗ କରିବେ ।
ବୃଷ- ବୃଷ ରାଶି ଲୋକଙ୍କ ପାଇଁ ଅଗଷ୍ଟ ମାସ ବେଶ୍ ଲାଭଦାୟକ ହେବ । ମଙ୍ଗଳର ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଶୁଭଙ୍କର ହେବ ଏବଂ ଆପଣଙ୍କ ଭାଗ୍ୟ ଚମକି ଉଠିବ । କ୍ୟାରିୟରରେ ଅଦ୍ଭୁତପୂର୍ବ ସଫଳତା ମିଳିବ । ସେହିପରି ଅଟକି ଥିବା ଧନ ମଧ୍ୟ ଆପଣ ଫେରିପାଇବେ । ପରିବାର ଓ ବନ୍ଧୁବର୍ଗଙ୍କ ସହ ସମ୍ପର୍କ ମଜବୁତ ହେବ । ଏବଂ ଆର୍ଥିକ ଭାବେ ମଧ୍ୟ ଆପଣ ସ୍ବଚ୍ଛଳ ହେବେ ।
ଧନୁ- ଧନୁ ରାଶି ଲୋକଙ୍କ ପାଇଁ ସୁଖ ସମୃଦ୍ଧି ଆଣିଦେବ ଅଗଷ୍ଟ ମାସ । ସଫଳତା ଆପଣଙ୍କ ପାଦ ଛୁଇଁବ । ଏବଂ ଆପଣଙ୍କ ବାଣିଜ୍ୟ ବ୍ୟବସାୟ ବୃଦ୍ଧି ପାଇବ । ଧନପ୍ରାପ୍ତି ମାମଲାରେ ଆପଣଙ୍କ ଯୋଜନା ସଫଳ ହେବ । ପୂର୍ବରୁ କରିଥିବା ନିବେଶରୁ ଆପଣ ଅର୍ଥ ପାଇବେ ।