ଭୁବନେଶ୍ୱର:- ଆଉଟସୋର୍ସିଂ ନିଯୁକ୍ତି ନେଇ ସମସ୍ତ ବିଭାଗକୁ ଅର୍ଥ ସଚିବଙ୍କ ଚିଠି । ଚିଠିରେ ଉଲ୍ଲେଖ କରାଯାଇଛି ଯେ ବିନା ଅନୁମତିରେ ନିଯୁକ୍ତି ଦେଇପାରିବେନି । ଏଣିକି ଆଉଟସୋର୍ସିଂ ନିଯୁକ୍ତି ପାଇଁ ଅର୍ଥ ବିଭାଗର ମଞ୍ଜୁରୀ ବାଧ୍ୟତାମୂଳକ । ଯଦି ପୂର୍ବରୁ ମଞ୍ଜୁରୀ ଥାଏ ତେବେ ନବୀକରଣ ପଯ୍ୟାୟରେ ଅନୁମତି ଦରକାର । କିନ୍ତୁ ପୂର୍ବରୁ ମଞ୍ଜୁରୀ ସଂଖ୍ୟାଠାରୁ ଅତିରିକ୍ତ କର୍ମଚାରୀଙ୍କ ପାଇଁ ମଞ୍ଜୁରୀ ଆବଶ୍ୟକ ।
ଆଉଟସୋର୍ସିଂ ନିଯୁକ୍ତି ନେଇ ଓଡ଼ିଶା ସରକାର ସମସ୍ତ ବିଭାଗକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଆଉଟସୋର୍ସିଂ ଭିତ୍ତିରେ କର୍ମଚାରୀ ନିଯୁକ୍ତି ପାଇଁ ଅର୍ଥ ବିଭାଗର ପୂର୍ବ ଅନୁମୋଦନ ବାଧ୍ୟତାମୂଳକ । ଏପରି କରି ରାଜ୍ୟ ସରକାର ଠିକା ବା କଣ୍ଟ୍ରାକ୍ଟଚୁଆଲ ନିଯୁକ୍ତି ରୋକିବା ଏବଂ ଆର୍ଥିକ ଅନୁଶାସନ ନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଅର୍ଥ ବିଭାଗର ଏକ ସରକାରୀ ଚିଠିରେ କୁହାଯାଇଛି ଯେ, ସମସ୍ତ ବିଭାଗକୁ ଲିଖିତ ଭାବେ ଜଣାଇ ଦିଆଯାଇଛି ଯେ ନୂଆ କରି ଆଉଟସୋର୍ସିଂ ନିଯୁକ୍ତି ଆରମ୍ଭ କରିବା ପୂର୍ବରୁ ଔପଚାରିକ ଅନୁମତି ନେବା ଦରକାର । ପୂର୍ବରୁ ଅନୁମୋଦିତ ପଦବୀଗୁଡ଼ିକର ନବୀକରଣ ପାଇଁ ମଧ୍ୟ ଏହି ଅନୁମୋଦନ ଆବଶ୍ୟକ । ଯଦି କୌଣସି ବିଭାଗରେ ପୂର୍ବ ଅନୁମୋଦନ ଥାଏ, ତେବେ ଚୁକ୍ତି ଅବଧି ଶେଷରେ ନବୀକରଣ ପାଇଁ ନୂଆ ଅନୁମତି ନେବାକୁ ପଡ଼ିବ । ପ୍ରାରମ୍ଭିକ ଅନୁମୋଦିତ ସଂଖ୍ୟାଠାରୁ ଅଧିକ କର୍ମଚାରୀ ନିଯୁକ୍ତି ପାଇଁ ଅତିରିକ୍ତ ଅନୁମୋଦନ ଦରକାର ।