(ସରୋଜ ରାଉତ / ମୃତ୍ୟୁଞ୍ଜୟ ଭୋଇ) ଭୁବନେଶ୍ୱର: ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଦାଖଲ ହୋଇଥିବା ପ୍ରାର୍ଥୀ ତାଲିକାର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି । ମୋଟ ୫ ଟି ଲୋକସଭା ଆସନ ବରଗଡ, ସୁନ୍ଦରଗଡ, ବଲାଙ୍ଗୀର, କନ୍ଧମାଳ, ଆସିକା ପାଇଁ ମୋଟ ୪୫ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ୮ଟି ପ୍ରାର୍ଥୀପତ୍ର ନାକଚ ହେବାପରେ ୩୭ଟି ଯୋଗ୍ୟ ବିବେଚିତ ହୋଇଛି । ସେହିପରି ୩୫ଟି ବିଧାନସଭା ପାଇଁ ୨୯୯ଟି ନାମାଙ୍କନ ଦାଖଲ ହୋଇଥିଲା । ସେଥିମଧ୍ୟରୁ ୩୮ଟି ନାକଚ ହୋଇଥିବା ବେଳେ ୨୬୧ଟି ଯୋଗ୍ୟ ବିବେଚିତ ହୋଇଛି ।