ଭୁବନେଶ୍ୱର: ଭୁବନେଶ୍ୱର ଡଟକମରେ ଶୋକର ଛାୟା । ରାଜଧାନୀ ଭୁବନେଶ୍ୱରରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକଙ୍କ ନାହିଁ ନଥିବା ଭିଡ । ଥରଟିଏ ଶେଷ ଦର୍ଶନ କରିବେ ଅରିନ୍ଦମଙ୍କର । ସଂଧ୍ୟା ପ୍ରାୟ ୭ଟା ସମୟରେ ଅରିନ୍ଦମଙ୍କ ମରଶରୀର ଡଟକମ ଅଫିସରେ ପହଞ୍ଚିଥିଲା ସହ ସାମ୍ବାଦିକମାନଙ୍କ ଶେଷ ଦର୍ଶନ ପାଇଁ । ମରଶରୀରକୁ ଦେଖିବାକୁ ସାମ୍ବାଦିକ ବନ୍ଧୁଙ୍କ ମଧ୍ୟରେ ପ୍ରବଳ ଗହଳି ଲାଗିଯ।।ଇଥିଲା । ସମସ୍ତଙ୍କ ଅଖିରେ ଜକେଇ ଆସିଥିଲା ଲୁହ । ଅନେକ ଅରିନ୍ଦମଙ୍କୁ ଶ୍ରଦ୍ଧାଞ୍ଚଳି ଦେବା ବେଳେ କାନ୍ଦି ପକାଇଥିଲେ । ଏହି ଅବସରରେ ସାମ୍ବାଦିକ ବନ୍ଧୁମାନେ ଅରିନ୍ଦମଙ୍କ ମର ଶରୀରରେ ଶ୍ରଦ୍ଧାସୁମନ ଅର୍ପଣ କରି ତାଙ୍କ ଆତ୍ମାର ସଦଗତି କାମନା କରିଥିଲେ । ସମସ୍ତ ଉପସ୍ଥିତ ସାମ୍ବାଦିକ ତାଙ୍କ ପାଇଁ ୨ ମିନିଟର ନୀରବ ପ୍ରାର୍ଥନା ମଧ୍ୟ କରିଥିଲେ ।
ତାଙ୍କର ଆଜି ହୋଇଥିବା ଅକାଳ ବିୟୋଗ ରାଜ୍ୟର ସାମ୍ବାଦିକ ମହଲରେ ଶୋକର ଛାୟା ଖେଳାଇ ଦେଇଛି । ଅରିନ୍ଦମ ଦାସ, ଏକଧାରାରେ ଜଣେ ନିର୍ଭିକ ସାମ୍ବାଦିକ ହେବା ସହ ଦରଦି ମଣିଷଟିଏ ଥିଲେ । ଯେତେବେଳେ ଯିଏ ଅସୁବିଧାରେ ପଡି ତାଙ୍କ ସାହାଯ୍ୟ ଚାହିଁଥିଲେ ସେ ଅନାୟସରେ ସାହାଯ୍ୟର ହାତ ବଢାଇ ଦେଉଥିଲେ । ଖାଲି ସାହାଯ୍ୟ ମାଗିବା ନୁହେଁ, କେହି ଅସୁବିଧାରେ ଥିବା ଜାଣିଲେ ନିଜ ଆଡୁ ମଧ୍ୟ ଯଥାସାଧ୍ୟ ସାହାଯ୍ୟ କରିବାକୁ ପଛାଉନଥିଲେ ସେ । ଆଜି ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ କଟକ ଏସିବି ଓ ଓଟିଭି ଅଫିସରେ ଯେଉଁ ଭିଡ ଦେଖିବାକୁ ମିଳିଥିଲ।। ତାହା ଦର୍ଶାଇ ଦେଉଥିଲା ସେ କେତେ ଲୋକପ୍ରିୟ ମଣିଷଟିଏ ଥିଲେ ।
ଆଜି ମୁଣ୍ଡଳୀ ବ୍ୟାରେଜରେ ହାତୀ ଉଦ୍ଧାର ବେଳେ ଖବର ସଂଗ୍ରହ ପାଇଁ ଓଡ୍ରାଫ ଟିମର ଏକ ବୋଟ ଯୋଗେ ପାଣି ଭିତରକୁ ଯାଇଥିଲେ ଅରିନ୍ଦମ ଓ ତାଙ୍କ ସହଯୋଗୀ ପ୍ରଭାତ ସିହ୍ନା । କିନ୍ତୁ ପାଣିର ପ୍ରଖର ସୁଅରେ ହଠାତ ବୋଟିଟି ବୁଡିଯାଇଥିଲା । ଏଥିରେ ଓଟିଭିର ଏହି ଯୁବ, ଉଦ୍ଦୀୟମାନ ତଥା ଦୁର୍ବିପାକ ସାମ୍ବାଦିକତାରେ ମହାରଥୀ ହାସଲ କରିଥିବା ଅରିନ୍ଦମଙ୍କ ମୃତ୍ୟୁ ହୋଇଥିଲା ।