ଟ୍ୟାକ୍ସ ଫ୍ରି ହେଲା ଅକ୍ଷୟଙ୍କ ଫିଲ୍ମ ସମ୍ରାଟ ପୃଥ୍ଵୀରାଜ
ଟ୍ୟାକ୍ସ ଫ୍ରି ହେଲା ଅକ୍ଷୟ କୁମାରଙ୍କ ଫିଲ୍ମ ସମ୍ରାଟ ପୃଥ୍ଵୀରାଜ।
(ଉତ୍ତରପ୍ରଦେଶ) : ଟ୍ୟାକ୍ସ ଫ୍ରି ହେଲା ଅକ୍ଷୟ କୁମାରଙ୍କ ଫିଲ୍ମ ସମ୍ରାଟ ପୃଥ୍ଵୀରାଜ। ଉତ୍ତରପ୍ରଦେଶରେ ଟ୍ୟାକ୍ସ ଫ୍ରି ହୋଇଛି ଫିଲ୍ମ ସମ୍ରାଟ ପୃଥ୍ଵୀରାଜ ।ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫିଲ୍ମ ଦେଖିବା ପରେ ଟ୍ୟାକ୍ସ ଫ୍ରି କରିବା ପାଇଁ ଘୋଷଣା କରିଛନ୍ତି। ତେବେ ଆଗକୁ ଫିଲ୍ମ ପୃଥ୍ଵୀରାଜ ବକ୍ସ ଅଫିସରେ ଧମାଲ କରିବ ବୋଲି ଅନୁମାନ କରାଯାଉଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ , ‘ପୃଥ୍ଵୀରାଜଙ୍କ ଭୂମିକାରେ ଅକ୍ଷୟଙ୍କ ଅଭିନୟକୁ ସେ ପ୍ରଶଂସା କରି କହିଛନ୍ତି ଯେ, ଅକ୍ଷୟ କୁମାର ଭାରତର ଅତୀତ ସହ ଯୋଡ଼ି ଯେଉଁ ଫିଲ୍ମ ପ୍ରସ୍ତୁତ କରିଛନ୍ତି ଏଥିପାଇଁ ଫିଲ୍ମ ନିର୍ଦ୍ଦେଶକ ଏବଂ କାଷ୍ଟକୁ ଶୁଭେଚ୍ଛା। ବହୁ ବର୍ଷ ପରେ ମୋତେ ଏକ ଫିଲ୍ମ ଦେଖିବାକୁ ସୁଯୋଗ ମିଳିଲା। ଏହି ଫିଲ୍ମକୁ ଲୋକମାନେ ସେମାନଙ୍କର ପରିବାର ସହ ଦେଖିପାରିବେ। ଏହି ଫିଲ୍ମ ଆମକୁ ପ୍ରେରଣା ଦେବ। ଅତୀତ ବିନା ବର୍ତ୍ତମାନ ନାହିଁ ବୋଲି ଏହି ଫିଲ୍ମରୁ ସ୍ପଷ୍ଟ ପ୍ରମାଣିତ ହେଉଛି’।
ଏହା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ ତାଙ୍କର ସମ୍ପୂର୍ଣ୍ଣ ପରିବାର ସହ ଫିଲ୍ମ ଦେଖିଥିଲେ। ଫିଲ୍ମ ଦେଖିବା ପରେ ସେ ପୃଥ୍ଵୀରାଜ ଫିଲ୍ମକୁ ପ୍ରଶଂସା କରିଥିଲେ। ଅମିତ ଶାହ କହିଥିଲେ ଯେ, ସମ୍ରାଟ ପୃଥ୍ଵୀରାଜ ଜଣେ ଅଦ୍ଵିତୀୟ ଯୋଦ୍ଧା ଥିଲେ। ସେ ଆମର ମାତୃଭୂମି ପାଇଁ ଲଢେଇ କରିଛନ୍ତି। ତାଙ୍କ ସମୟରେ ଆମ ସଂସ୍କୃତିର ମହାନତା ମଧ୍ୟ ଦେଖିବାକୁ ମିଳେ। ପ୍ରକୃତରେ ଏହି ଫିଲ୍ମର କାହାଣୀ ଭାରତୀୟ ସଂସ୍କୃତି ଏବଂ ମହିଳା ସଶକ୍ତିକରଣକୁ ଦର୍ଶାଉଛି।