ପୁଣି ଥରେ ପରଦାକୁ ଆସିବ “ବଣ୍ଟି ଅର ବବ୍ଲି”

(ଅନୁସ୍ୱୟା)ଭୁବନେଶ୍ୱର: “ବଣ୍ଟି ଅର ବବ୍ଲି” ବଲିଉଡ଼ ଅଭିନେତା ଅଭିଷେକ ବଚ୍ଚନଙ୍କ ପାଇଁ ଆଗକୁ ବଢିବାର ଏକ ରାସ୍ତା ଥିଲା । ତାଙ୍କ ପାଇଁ ଆଗକୁ ବଢିବାର ରାସ୍ତା ଖୋଲି ଦେଇଥିଲା ।
“ବଣ୍ଟି ଅର ବବ୍ଲି” ମୁଭିରେ ଅଭିଷେକ ବଚ୍ଚନ ଓ ରାଣି ମୁଖାର୍ଜି ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହି ସିନେମାରେ ଅଭିତାଭ ବଚ୍ଚନ ଓ ଐଶର୍ୟ୍ୟା ରାୟ ମଧ୍ୟ ନଜରକୁ ଆସିଥିଲେ । ବଚ୍ଚନ ପରିବାର ଏକ ସହ ଅଭିନୟ କରିଥିବା ଏହି ଫିଲ୍ମରେ “କଜରାରେ କଜରାରେ “ ଗୀତ ରହିଛି । ଏହି ଫିଲ୍ମକୁ ୧୪ବର୍ଷ ବିତି ସାରିଛି । ପୁଣି ବର୍ତ୍ତମାନ ଖବର ଆସିଛି କି ଏହି ଫିଲ୍ମର ସିକ୍ୟୁଲ ରିଲିଜ ହୋଇପାରେ । ଯାହାର ନାମ ରହିବ “ବଣ୍ଟି ଅର ବବ୍ଲି ଏଗେନ” ।
ପୁଣି ରିଲିଜ ହେବାକୁ ଥିବା “ବଣ୍ଟି ଅର ବବ୍ଲି ଏଗେନ”ରେ ଅମିତାଭ ବଚ୍ଚନ , ଅଭିଷେକ ବଚ୍ଚନ ଓ ରାଣୀ ମୁଖାର୍ଜୀ ନଜରକୁ ଆସିବେ ବୋଲି ସମ୍ଭାବନା ରହିଛି । “ବଣ୍ଟି ଅର ବବ୍ଲି”ରେ ଶେଷରେ କିଛି ସସପେନ୍ସ ରହିଥିଲା ଯାହାର ସିକ୍ୟୁଲ ବର୍ତ୍ତମାନ ହେବ ।