ରିପୋର୍ଟର୍ସ ଟୁଡେ ବ୍ୟୁରୋ; ଦୀର୍ଘଦିନରୁ ଖାଲି ପଡିଥିବା ପଦବୀ ପୂରଣ ହୋଇଛି । ୧୭ ଜିଲ୍ଲାରେ ସିଡିଏମଓ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ଏହାସହିତ ୩ ଜିଲ୍ଲାରେ ସିଡିଏମଓଙ୍କ ଅଦଳବଦଳ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସମ୍ପର୍କିତ ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ସେପଟେ ଓଡିଶା ମେଡିକାଲ ଓ ସ୍ୱାସ୍ଥ୍ୟ ସେବା ( ଓଏମଏଚଏସ )ଅଧିନରେ ଅତିରିକ୍ତ ନିର୍ଦ୍ଦେଶକ ପଦବୀରେ ଥିବା ୨୪ ଜଣ ଡାକ୍ତରଙ୍କୁ ସରକାର ବରିଷ୍ଠ ପ୍ରଶାସନିକ ଗ୍ରେଡ୍ ଏସ୍ଏଜି)କୁ ପଦୋନ୍ନତି ଦେଇଛନ୍ତି । ଏହାପରେ ସିଡିଏମ୍ଓ ଓ ଅନ୍ୟ ସ୍ଥାନରେ ନିଯୁକ୍ତି ଦିଆଯାଇଛି । ପ୍ରଦୀପ କୁମାର ହୋତା ସୋନପୁର ସିଡିଏମ୍ଓ ନିଯୁକ୍ତ ହୋଇଥିବା ବେଳେ ରାଜେନ୍ଦ୍ର ପାଣିଗ୍ରାହୀ ଜଗତସିଂହପୁର, ଗୌରୀ ଶଙ୍କର ବଳ ଅନୁଗୁଳ, ସୁଶାନ୍ତ ନାୟକ ଗଞ୍ଜାମ, କୁବେର ଚନ୍ଦ୍ର ମହାନ୍ତ ବରଗଡ଼, ବିନୋଦ ବିହାରୀ ମିଶ୍ର କେନ୍ଦୁଝର ମହେଶ ମୋହନ ପଣ୍ଡା ଝାରସୁଗୁଡ଼ା, ମନୋରଞ୍ଜନ ରାଉତ କେନ୍ଦ୍ରାପଡ଼ା, ରବୀନ୍ଦ୍ରନାଥ ମିଶ୍ର କୋରାପୁଟ, , ବିଜୟ ମିଶ୍ର ଯାଜପୁର, ଅକ୍ଷୟ କୁମାର ଶତପଥୀ ପୁରୀ, ସଞ୍ଜୟ କୁମାର ମହାପାତ୍ର ଢେଙ୍କାନାଳ, କିଶୋର କୁମାର ଆଚାର୍ୟ୍ୟ ମୟୂରଭଞ୍ଜ, ସଞ୍ଜୟ ଚନ୍ଦ୍ର ରୟ ଖୋର୍ଦ୍ଧା, ସୁରେଶ ଚନ୍ଦ୍ର ମହାନ୍ତି ସୁନ୍ଦରଗଡ଼, ଭି. ସରୋଜିନୀ ଦେବୀ ସିଡିଏମ୍ଓ ରାୟଗଡ଼ା, ଦୋଳମଣି ପ୍ରଧାନ ମାଲକାନଗିରି ସିଡିଏମ୍ଓ ଭାବେ ନିଯୁକ୍ତ ହୋଇଛନ୍ତି । ଏସବ୍ୟସାଚୀ ପଟ୍ଟନାୟକଙ୍କୁ କ୍ୟାପିଟାଲ୍ ହସ୍ପିଟାଲ ଓ ବରଦା କାନ୍ତ ମିଶ୍ରଙ୍କୁ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟକୁ ବଦଳି କରାଯାଇଛି ।ହାସହ ଜ୍ଞାନବ୍ରତ ମହାନ୍ତି ଓ ମଦନ ମୋହନ ପ୍ରଧାନଙ୍କୁ ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶାଳୟରେ ନିଯୁକ୍ତି ମିଳିଛି । ଅନ୍ୟପଟେ ପ୍ରଦୀପ ଗୁରୁ ସିଡିଏମ୍ଓ ବୌଦ୍ଧ, କିଶୋର କୁମାର ପୃଷ୍ଟି ସିଡିଏମ୍ଓ କଳାହାଣ୍ଡି, ପ୍ରଭାତ କୁମାର ବେହେରାଙ୍କର ସିଡିଏମ୍ଓ ବାଲେଶ୍ବର ଭାବେ ବଦଳି ହୋଇଛି ।