ଭୁବନେଶ୍ଵର: ଗିରଫ ହେଲା ପୋଲିସ SI ଚାକିରି କେଳେଙ୍କାରୀ ଘଟଣାରେ ପଞ୍ଚମ ଦଲାଲ । ବାଲେଶ୍ବର ସିଂଲାର ଅରବିନ୍ଦ ଦାସକୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଗୋଳନ୍ଥରା ଥାନାରେ ହୋଇଥିବା ମାମଲାରେ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗିରଫ ବେଳେ ଅରବିନ୍ଦ ଠାରୁ ଆପତ୍ତିଜନକ ଡକ୍ୟୁମେଣ୍ଟ ମିଳିଥିବା ନେଇ ସୂଚନା ମିଳିଛି । ଏହି ମାମଲାରେ ପୂର୍ବରୁ ୧୧୪ ପରୀକ୍ଷାର୍ଥୀ ଓ ୪ ଦଲାଲ ଗିରଫ ହୋଇଥିଲେ । ଅନ୍ୟପଟେ SI ପରୀକ୍ଷା ମହାଘୋଟାଲାରେ ମୋଷ୍ଟ ୱାଣ୍ଡଟେଡ୍ ଶଙ୍କର ପୃଷ୍ଟି ଲିଙ୍କରେ କ୍ରାଇମବ୍ରାରଞ୍ଚର ରେଡ୍ । ଭୁବନେଶ୍ବର ରଘୁନାଥପୁରରେ ଥିବା ପରୀକ୍ଷା ସେଣ୍ଟର ସିଲ୍ । ମାଲିକ କିଏ ଚାଲିଛି ଅନୁଧ୍ୟାନ । ଶଙ୍କର ପୃଷ୍ଟି ସେଇଠି ଫିକ୍ସିଂ କରୁଥିବା କହିଲେ କ୍ରାଇମବ୍ରାଞ୍ଚ ଡିଏସପି ।
ସେପଟେ, ବାତିଲ ନିଯୁକ୍ତି ପରୀକ୍ଷାକୁ ନେଇ ସରକାର କଡା ଆଭିମୁଖ୍ୟ ଜାହିର କରିଛନ୍ତି । ଜୁନ୍ ୨୦୨୪ରୁ ଆଜି ପର୍ଯ୍ୟନ୍ତ ବାତିଲ ହୋଇଥିବା ସବୁ ପରୀକ୍ଷାର ବିବରଣୀ ଦେବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଚିଠିରେ, ସମସ୍ତ ସରକାରୀ ବିଭାଗ, ଓପିଆରବି, ଓପିଏସସି, ଓଏସଏସସି, ଓଏସଏସବି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ, ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣକୁ ଶନିବାର ସୁଦ୍ଧା ବିସ୍ତୃତ ରିପୋର୍ଟ ଇମେଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଯୋଗ୍ୟ, ପୋଲିସ ଏସଆଇ ପରୀକ୍ଷା ଜାଲିଆତି ଘଟଣା ସାମ୍ନାକୁ ଆସିବା ପରେ ପୂରା ପରୀକ୍ଷାକୁ ବାତିଲ୍ କରାଯାଇଛି । ଏହି ଘଟଣାର ତଦନ୍ତରୁ ପରୀକ୍ଷା ଜାଲିଆତିର ଚେର ରାଜ୍ୟସାରା ବ୍ୟାପିଥିବା ଜଣାପଡ଼ିଛି । ଆହୁରି ମଧ୍ୟ ଏହା ପଛରେ ବଡ଼ ରାକେଟରେ ହାତ ରହିଥିବା ଜଣାପଡ଼ିଛି । ୧୧୪ ପରୀକ୍ଷାର୍ଥୀ ଓ ୩ ଦଲାଲଙ୍କୁ ଗିରଫ ପରେ ଜେଲ ପଠାଇଦିଆଯାଇଛି । ଏହା ପଛରେ କିଛି ବଡ଼ମୁଣ୍ଡଙ୍କ ଷଡ଼ଯନ୍ତ୍ର ପରିଚାଳିତ ଥିବା ସନ୍ଦେହ କରି ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ ।