ଭାରତକୁ ପଞ୍ଚମ ସ୍ଵର୍ଣ୍ଣ

ଟୋକିଓ: ଚଳିତ ବର୍ଷ କ୍ରୀଡା କ୍ଷେତ୍ରରେ ଅନେକ ପ୍ରଶଂସା ସାଉଁଟିଛି ଭାରତ। ଟୋକିଓ ଅଲିମ୍ପିକ ପରେ ପାରା ଅଲିମ୍ପିକ୍ସରେ ମଧ୍ୟ ଭାରତର ଆଥଲେଟ ପଦକର ବର୍ଷା କରିଛନ୍ତି। ଆଜି ଭିତରକୁ ଆଉ ଜଣେ ସୁନା ପୁଅ ମିଳିଛି। ଭାରତ ପାଇଁ ପଞ୍ଚମ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି କୃଷ୍ଣା ନାଗର। ପୁରୁଷ ସିଙ୍ଗଲ୍ସ ଏସ.ଏଚ-୬ ବ୍ୟାଡମିଣ୍ଟନ ଫାଇନାଲରେ ହଙ୍ଗକଙ୍ଗର ଚୁ ନାମଙ୍କୁ ହରାଇ ସେ ଏହି ଉପଲବ୍ଧି ହାସଲ କରିଛନ୍ତି। ପ୍ରତିଦ୍ବନ୍ଦୀ ଚୁ ମାନଙ୍କୁ ୨୧-୧୭, ୧୬-୨୧, ୨୧-୧୭ରେ ପରାସ୍ତ କରି ସ୍ଵର୍ଣ୍ଣ ଆଣିଛନ୍ତି କୃଷ୍ଣା।

କୃଷ୍ଣାଙ୍କର ଏହି ସ୍ଵର୍ଣ୍ଣ ପଦକ ସହ ଭାରତର ସ୍ଵର୍ଣ୍ଣ ପଦକ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ଏଥିସହ ୮ଟି ରୌପ୍ୟ ଏବଂ ୬ଟି ବ୍ରୋଞ୍ଜ ପଦକ ମଧ୍ୟ ଭାରତ ନାମରେ ରହିଛି। ମୋଟ ୧୯ଟି ପଦକ ହାସଲ କରିବା ପରେ ଭାରତର ଏହି ଶ୍ରେଷ୍ଠ ରେକର୍ଡ ପାଲଟିଛି।