ଭୁବନ/କଳ୍ପତରୁ ଜେନା: ଦାଦି ପ୍ରକାଶମଣିଜୀଙ୍କର ପନ୍ଦର ତମ ଶ୍ରଦ୍ଧାଞ୍ଜଳୀ ଦିବସ । ପ୍ରଜାପିତା ଇଶ୍ୱରୀୟ ବ୍ରହ୍ମକୁମାରୀବିଶ୍ୱ ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତ୍ରୀ ତଥା ସଂସ୍ଥାର ଦାଦି ଆମା ଭାବରେ ସର୍ବତ୍ର ପରିଚିତ ଦାଦି ପ୍ରକାଶମଣିଜୀଙ୍କର ପନ୍ଦର ତମ ଶ୍ରଦ୍ଧାଞ୍ଜଳୀ ଦିବସ । ଯାହାକି ସଂସ୍ଥା ପକ୍ଷରୁ ବିଶ୍ୱ ବନ୍ଧୁତା ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେବିଶ୍ୱ ବନ୍ଧୁତ୍ୱ ରକ୍ତଦାନ ଶିବିର ଭୁବନ ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଇସ୍ଵରୀୟ ବିଶ୍ୱବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଅଛି । ଏହି କାର୍ଯ୍ୟକ୍ରମରେ ଭୁବନ ସ୍ଥିତ ଶାଖା ସଂସ୍ଥାର ମୁଖ୍ୟ ବିଜୟା ଭୋଉଣୀ ଉପସ୍ଥିତ ରହି ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୂହାଣ ଓ ଭୁବନ ନଗରପାଳ ଶୁଭେନ୍ଦୁ ସାହୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।
ତା ପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ଭୁବନ ନଗରପାଳ ଏହି ଶିବିରର ଉଦଘାଟନ କରିଥିଲେ । ଏବଂ ଶିବିର ର ପ୍ରଥମ ରକ୍ତଦାନ କରିଥିଲେ ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଏବଂ ନିଜ ବ୍ୟକ୍ତି ରେ ଜଣେ ଅବସରପ୍ରାପ୍ତ ଜବାନଙ୍କ ସନ୍ତାନ ଭାବେ ରକ୍ତ ର ମହତ୍ୱ ଯେ ତାହା ସେ ପିଲାଟି ଦିନରୁ ବୁଝି ଆସିଛନ୍ତି ତେଣୁ ସ୍ୱତଃ ପ୍ରବୃତ୍ତ ଭାବେ ରକ୍ତଦାନ କରିବା ସହ ଅନ୍ୟର ଜୀବନ ବଞ୍ଚାଇ ପାରିଲେ ନିଜକୁ ଧନ୍ଯ ମନେ କରିବେ ବୋଲି କହିଛନ୍ତି । ଏହି ରକ୍ତଦାନ ଶିବିରରେ ଭୁବନ ପ୍ରଜାପତି ବ୍ରହ୍ମକୁମାରୀ ସଂସ୍ଥାର ସଦସ୍ୟ ,ଡ୍ରାଇଭର ସଂଘ ସଦସ୍ୟ , ଗଣେଷ ପୂଜା ଶାନ୍ତି କମିଟି ସଦସ୍ୟ ସମେତ ବହୁ ଯୁବକ ଅଂଶଗ୍ରହଣ କରିଥିଲେ ।