ପ୍ରଥମ ଟିକା ଭାବେ ପୂର୍ଣ୍ଣ ଅନୁମୋଦନ ପାଇଲା ଫାଇଜର

ଫାଇଜର ବାୟୋଟେକ୍‌ର କରୋନା ଭାକ୍‌ସିନ୍‌ ଆମେରିକୀୟ ଫୁଡ୍‌ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ(ଏଫ୍‌ଡିଏ)ରୁ ପୂର୍ଣ୍ଣ  ସ୍ୱୀକୃତି ପାଇଥିବା ପ୍ରଥମ ଭାକ୍‌ସିନ୍‌ ।

(ଦିଲ୍ଲୀ) : ଫାଇଜର ବାୟୋଟେକ୍‌ର କରୋନା ଭାକ୍‌ସିନ୍‌ ଆମେରିକୀୟ ଫୁଡ୍‌ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ(ଏଫ୍‌ଡିଏ)ରୁ ପୂର୍ଣ୍ଣ  ସ୍ୱୀକୃତି ପାଇଥିବା ପ୍ରଥମ ଭାକ୍‌ସିନ୍‌ । ଏହି ଟିକା ୧୬ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ  ଦିଆଯାଇ ପାରିବ । ଏହା ବ୍ୟତୀତ ଏହି ୧୨ରୁ ୧୫ ବର୍ଷର ଲୋକଙ୍କ ପାଇଁ ମଧ୍ୟ ଏମର୍ଜେନ୍ସିରେ ବ୍ୟବହାର ହୋଇପାରିବ । ଅନ୍ୟପଟେ ଦୁର୍ବଳ ପ୍ରତିରୋଧକ କ୍ଷମତା ଥିବା ବ୍ୟକ୍ତିଙ୍କ ପାଇଁ ଏହାର ଏମର୍ଜେନ୍ସି ବା ଜରୁରିକାଳୀନ ବ୍ୟବହାର କରାଯାଇ ପାରେ ।

 

ସୂଚନାନୁଯାୟୀ , ଏଫ୍‌ଡିଏ କମିଶନର ଜେନେଟ୍‌ ଉଡ୍‌କକ୍‌  କହିଛନ୍ତି କି ଏଫ୍‌ଡିଏରୁ ଏହି ଭାକସିନ୍‌କୁ ଅନୁମୋଦନ ମିଳିବା ସ୍ୱତଃ ଏକ ବଡ଼ କଥା । ଇଣ୍ଡିଆ ଟୁଡେର ଖବର ମୁତାବିକ୍‌ , କୋଭିଡ୍‌-୧୯ ମହାମାରୀ ସହ ଲଢ଼େଇରେ ଏହି ଏକ ପ୍ରମୁଖ ଅସ୍ତ୍ର ସାବ୍ୟସ୍ତ ହେବ । ସେ  ଆହୁରି ମଧ୍ୟ କହିଛନ୍ତି ଏଫ୍‌ଡିଏର ସ୍ୱୀକୃତି ମିଳିବା ପରେ ଏହା ଉପରେ ଲୋକଙ୍କର ପୂର୍ଣ୍ଣ ବିଶ୍ୱାସ ହେବ କି ଏହା ଏକ ଷ୍ଟାଣ୍ଡାର୍ଡ ଔଷଧ ।