ରାଜ୍ୟରେ ସାରର ଘୋର ଅଭାବ
ଭୁବନେଶ୍ୱର(ରାଜେଶ ସାହୁ): କେନ୍ଦ୍ରରୁ ଆବଶ୍ୟକ ସାର ଆସୁନଥିବାରୁ ରାଜ୍ୟରେ ସାରର ଅଭାବ ଦେଖା ଦେଇଛି । ଯାହା ଫଳରେ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି । କେନ୍ଦ୍ର ପାଖରେ ସାର ପାଇଁ ଦାବି କରି ଆସୁଛନ୍ତି ଓଡ଼ିଶା ସରକାର । ଏନେଇ କେନ୍ଦ୍ରକୁ କୃଷି ମନ୍ତ୍ରୀ ମଧ୍ୟ ଚିଠି ଲେଖିଛନ୍ତି । ମରୁଡ଼ି ସମୟରେ ଚାଷୀ ହତାଶ ହେଉଥିବା ବେଳେ କେନ୍ଦ୍ରର ଏହି ଅବହେଳାକୁ ତୀବ୍ର ବିରୋଧ କରିଛି ବିଜେଡି । ଏନେଇ ରାଜଭବନ ନିକଟରେ ଦଳ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିବା ସହ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଛି ବିଜେଡି ।