ମାଲକାନାଗିରି(ସୂର୍ଯ୍ୟକାନ୍ତ ବେହେରା): ସମ୍ପର୍କର ସୀମା ଟପି ବାପା ଆଉ ଝିଅର ସମ୍ପର୍କରେ କଳଭ୍କ ଲଗାଇ ଦେଇଛି ପିଶାଚ ବାପା । ଏହି ରାକ୍ଷାସ ବାପାର କାମନା ଜ୍ୱାଳାରେ ବଳି ପଡିଯାଇଛି ନିଜ ଝିଅ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଳାରେ । ଯେଉଁଠାରେ ଜଣେ ବାପା ନିଜ ଝିଅକୁ କରିଛି ଦୁଷ୍କର୍ମ । ଆଉ ଘଟଣା ସମ୍ପର୍କରେ ଜାଣିବାରୁ ପୁଅ ଥାନାରେ ଅଭିଯୋଗ କରିଛନ୍ତି ।
ଘଟଣା ଅନୁଯାୟୀ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳରେ ନିଜ ଝିଅର ବିବାହ କରାଇଥିଲେ । କିନ୍ତୁ ସେହି ଯୁବକ ଜଣକ ମାନସିକ ବିକୃତ ହେବାରୁ କୌଣସି କାମଧନ୍ଦା ନକରି ଘରେ ବସି ରହୁଥିଲେ । ଝିଅ ମଧ୍ୟ ମାନସିକ ଅନାଗ୍ରସର ଥିବା ଜଣାପଡ଼ିଛି । ଏହାପରେ ଅଭିଯୁକ୍ତ ବାପା ତାଙ୍କୁ ସେଠାରୁ ନେଇ ଆସି ନିଜ ଘରେ ରଖିଥିଲେ । କିନ୍ତୁ ଏହା ପଛରେ ଅଭିଯୁକ୍ତର ଥିଲା କିଛି ମନ୍ଦ ଉଦ୍ଦେଶ୍ୟ । ଅନେକ ଥର ରାତିରେ ମଦ ପିଇ ଝିଅକୁ ବାରମ୍ବାର ଦୁଷ୍କର୍ମ କରିବା ସହ ଗର୍ଭପାତ କରାଉଥିଲା କାମୁକ ବାପା । ଏହାସହ କାହାରିକୁ ଏକଥା ନ କହିବାକୁ ଝିଅକୁ ଧମକ ମଧ୍ୟ ଦେଉଥିଲା । ତେବେ ପରେ ଝିଅ ଗର୍ଭବତୀ ହେବାରୁ ଘଟଣା ସମ୍ପର୍କରେ ସବୁ ସତ୍ୟତା ପଦାକୁ ଆସିଥିଲା । ପ୍ରକୃତ କଥା ଜାଣିବା ପରେ ପରିବାର ଲୋକେ ଅଭିଯୁକ୍ତ ବାପାକୁ ଚେତାବନୀ ଦେବାରୁ ପୁଅ ଏବଂ ପତ୍ନୀଙ୍କୁ ମାଡ଼ ମାରିଥିଲା ଅଭିଯୁକ୍ତ ବାପା । ତେଣୁ ଥାନାରେ ପୁଅ ଏ ନେଇ ବାପା ନାମରେ ଏତଲା ଦେଇଛନ୍ତି । ତେବେ ଅଭିଯୋଗକୁ ଭିତ୍ତି କରି ପୋଲିସ ଅଭିଯୁକ୍ତ ବାପାକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି । ସେପଟେ ଝିଅର ଡାକ୍ତରୀ ପରୀକ୍ଷା କରାଯାଇ ତଦନ୍ତ ଜାରି ରହିଥିବା ଆଇଆଇସି ରାମ ପ୍ରସାଦ ନାଗ ପ୍ରକାଶ କରିଛନ୍ତି ।