ବିବାହ ପୂର୍ବରୁ ପୁଅକୁ ମାରିଦେଲେ ବାପା; କାହିଁକି ଜାଣନ୍ତୁ

ଭୁବନେଶ୍ୱର; ବାପା ଯିଏ ପିଲାଙ୍କ ପାଇଁ ପରିଚୟ । ଯାହାଙ୍କ ହାତ ଧରି ପିଲା କଠିନ କାର୍ଯ୍ୟକୁ ବି ସହଜରେ ସାରି ଦିଅନ୍ତି । ଆଉ ପୁଅ ବାପା ସହ କାନ୍ଧ ମିଳାଇ ବାପାଙ୍କ କାର୍ଯ୍ୟକୁୁ ହାଲୁକା କରିଥାଏ । କିନ୍ତୁ ବାପା ଯଦି ପୁଅକୁ ମାରିଦେବ । ତାହେଲେ ଭାବନ୍ତୁ ସେହି ବାପାଙ୍କୁ କଣ କୁହାଯିବ । ଦର୍ଶକ ବନ୍ଧୁ ଏଭଳି ବାପା କାହିଁକି କଲେ, ତାହାର ସଂମ୍ଫୂର୍ଣ୍ଣ ତଥ୍ୟ ଜାଣନ୍ତୁ । ପୁଅର ବିବାହ ପୂର୍ବରୁ ପୁଅକୁ ମାରିଦେଲେ ବାପା । ୨୯ ବର୍ଷିୟ ଜିମ୍ ଟ୍ରେନର ଗୌରବ ସଂଘଲ । ଯିଏ ଆଉ କିଛିଦିନ ପରେ ବିବାହ କରିଥାନ୍ତେ । କିନ୍ତୁ ବିବାହର ପୂର୍ବରୁ ତାଙ୍କୁ ହତ୍ୟା କରାଯାଇଛି । ଆପଣ ଜାଣିଛନ୍ତି କି, ଏହି ହତ୍ୟା ତାଙ୍କ ବାପା ହିଁ କରିଛନ୍ତି । ତେବେ ମୃତ ଗୌରବଙ୍କ ଅଭିଯୁକ୍ତ ବାପା ରଙ୍ଗଲାଲ ସିଂଘଲଙ୍କୁ ଜୟପୁରରୁ ଗିରଫ କରିଛି ପୋଲିସ । ହେଲେ ଗିରଫ ହେବା ପରେ ବିସ୍ଫୋରକ ବୟାନ ଦେଇଛନ୍ତି । ଯାହାକୁ ଜାଣିଲେ ଆପଣାମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ । ମୁଁ ମୋ ପୁଅକୁ ଅନେକ ଦିନରୁ ହତ୍ୟା କରିବାକୁ ଚାହୁଁଥିଲି ବୋଲି ବାପା ରଙ୍ଗଲାଲ ସିଂଘଲ କହିଛନ୍ତି । ଏଥିପାଇଁ ଅନେକ ସୁପାରୀ ବି ଦେଇଥିଲି । ପୁଅ ମୋତେ ମାଡ ମାରିବା ସହ ଆନେକ ନିର୍ୟାତନା ଦେଉଥିଲା । ସେ ମୋତେ କେବେ ବାପା ବୋଲି ମାନିନାହିଁ । ତେଣୁ ତାକୁ ଜୀବନରୁ ମାରିବାକୁ ଚାହୁଁଥିଲି । ମୋ ସ୍ତ୍ରୀ ବି ଏସବୁକୁ ସମର୍ଥନ କରୁଥିଲା। ମୋ ପୁଅକୁ ମୁଁ ଭଲ ଭାବେ ଚିହ୍ନିଛି। ସେ ଯାହାକୁ ବିବାହ କରିଥାନ୍ତା ସେ ଝିଅର ଜୀବନ ନଷ୍ଟ ହୋଇଥାନ୍ତା । ତା’ ଆଗଗରୁ ମୁଁ ତାକୁ ଶେଷ କରିଦେଲି। ପୁଅକୁ ହତ୍ୟା କରିବାରେ ମୋର କୌଣସି ଅନୁତାପ ନାହିଁ । ମୋତେ ଯାହା ଦଣ୍ଡ ଦିଆଯିବ ମୁଁ ଗ୍ରହଣ କରିବି’ ।