ଖୋର୍ଦ୍ଧା : ରିଫାଇନ ତେଲ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ । ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ସାରୁଅ ଶିଳ୍ପା ଞ୍ଚଳ ରେ ଥିବା ‘ୟୁନିଭରସାଲ ଇନ୍ଫ୍ରା ଆଣ୍ଡ ଏଗ୍ରୀ ଅଏଲ ପ୍ରାଇଭେଟ୍ ଲିମିଟେଡ’ ନାମକ ତେଲ ଫ୍ୟାକ୍ଟ୍ରିରେ ନିଆଁ ଲାଗିଛି । ତେଲ ପ୍ୟାକିଂ ପାଇଁ ଥିବା ଆବଶ୍ୟକ ସାମଗ୍ରୀରେ ନିଆଁ ଲାଗିଥିବା ଜଣାପଡ଼ିଛି । ସର୍ଟ ସର୍କିଟ୍ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ନିଆଁ ଲିଭାଇବା ପାଇଁ ୩ଟି ଦମକଳ ବାହିନୀ ଗାଡିକୁ ନିୟୋଜିତ କରାଯାଇଛି । ଏଥିରେ କୌଣସି କର୍ମଚାରୀଙ୍କର କିଛି କ୍ଷତି ହୋଇ ନଥିବା ଜଣାପଡିଛି ।