ଲଘୁଚାପ ବର୍ଷାରେ ଗଜା ହେଲା ପାଚିଲା ଧାନ, ଚାଷୀ ମୁଣ୍ଡରେ ଚଡକ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଅଦିନିଆ ବର୍ଷା ତଥା ଲଘୁଚାପ ଜନିତ ବର୍ଷା ଯୋଗୁଁ କ୍ଷେତ ଭିତରେ ଖଳା ହୋଇଯାଇଛି ସୁନାର ଧାନ ଫସଲ ।ଏ ନେଇ ଉଲୁଣ୍ଡା, ବିନିକା, ବୀର ମହାରାଜପୁର, ତରଭା ଅ।ଦି ଅଞ୍ଚଳରେ ଏଭଳି ଅବସ୍ଥା ହୋଇଛି । କ୍ଷେତ ଭିତରେ କଟା ହୋଇ ପଡିଥିବା ଧାନ କିଛି ଗଜା ହୋଇଯାଇଛି ଯାହା ଫଳରେ ଚିନ୍ତାରେ ପଡିଯାଇଛନ୍ତି ଚାଷୀ । ବର୍ଷା ସହ ଝଡତୋଫାନ ହେତୁ ଧାନଗଛ ସବୁ ତଳେ ପଡିଯାଇଥିଲା। ବାରମ୍ବାର ଚାଷୀମାନେ ସ୍ଥାନୀୟ କୃଷି ବିଭାଗକୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ପାରି ନାହିଁ । କୈ।ଣସି ଅଧିକାରୀ ମଧ୍ୟ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିନାହାଁନ୍ତି । କୃଷି ଓ ରାଜସ୍ୱ ବିଭାଗୀୟ ଅଧିକାରୀ ମାନେ କ୍ଷୟକ୍ଷତି ର ଅ।କଳନ କରି ଚାଷୀ ମାନଙ୍କୁ କ୍ଷତି ପୂରଣ ନ ଯୋଗାଇଦେଲେ ଚାଷୀମାନେ ଆନ୍ଦୋଳନ କରିବେ ବୋଲି ସୂଚନା ଦେଇଛନ୍ତି ।