ଭୟାବହ ଅଗ୍ନିକାଣ୍ଡ , ଜଳିଗଲା ବଗିଚାର ସମସ୍ତ ପରିଶ୍ରମ

(ଦେଓଗାଁ) : ବଗିଚା ରେ ନିଆଁ ଲାଗି ସମସ୍ତ ଫସଲ ନଷ୍ଟ । ଏଭଳି ଏକ ଭୟାଭୟ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି ଦେଓଗାଁ ବ୍ଲକ ଉପରଝର ଅନ୍ତର୍ଗତ ଉପରଝର ଗ୍ରାମର ଦୁଇ ଚାଷୀଙ୍କ ବଗିଚା ରେ । ମଧ୍ୟାହ୍ନ ପ୍ରାୟ ୧.୧୫ ସମୟରେ ସ୍ଥାନୀୟ ଲୋକଙ୍କଠାରୁ ବଗିଚା ରେ ନିଆଁ ଲାଗିଥିବା ଜାଣିବାକୁ ପାଇଥିଲେ ୨ ଚାଷୀ । ଉଭୟ ଚାଷୀ ଓ ତାଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ବିଫଳ ହୋଇଥିଲେ। ପରେ ଅଗ୍ନିଶ୍ରମ ବାହିନୀ ଘଟଣସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ।

ସୂଚନା ଅନୁସାରେ , ଏହି ଅଗ୍ନିକାଣ୍ଡ ରେ ସଚ୍ଚିଦାନନ୍ଦ ପଧାନଙ୍କ ୬୦-୭୦ଟି ସ୍ପିଙ୍କଲ ନଳ କୁଲୁଥ ଚାଷ , ୫୦-୬୦ଟି ଆମ୍ବ ଗଛ ଆଦି ପୋଡ଼ି ନଷ୍ଟ ହୋଇଯାଇଥିବା ବେଳେ ରାଜେନ୍ଦ୍ର ବିଶ୍ଵାଳଙ୍କ ୧୦-୨୦ଟି ଆମ୍ବ ଗଛ ୧୫ଟି ବାଉଁଶ ବୁଦା ୧୦୦ଟି ସାବୁନ ଗଛ ଏବଂ ୪୦୦୦ ନୀଳଗିରି ଗଛ ଆଦି ପୋଡ଼ି ନଷ୍ଟ ହୋଇଯାଇଛି।