ଜୟପୁର : ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ରାଜ୍ୟ ବିଜେପି ଏସସି ମୋର୍ଚ୍ଚା ଅଧ୍ୟକ୍ଷଙ୍କୁ ଚାଷୀମାନେ ଗୋଡ଼ାଇ ଗୋଡାଇ ଆକ୍ରମଣ କରିଛନ୍ତି । ଏହି ସମୟରେ ପୁଲିସ ତାଙ୍କୁ ଉଦ୍ଧାର କରିବାରୁ ସେ ଆକ୍ରମଣରୁ ବଞ୍ଚିଯାଇଛନ୍ତି । ବିଜେପି ଏସସି ମୋର୍ଚ୍ଚା ଅଧ୍ୟକ୍ଷ କୈଳାସ ମେଘୱାଲ ଶ୍ରୀଗଙ୍ଗାନଗର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଜଳସେଚନ ଅସୁବିଧାକୁ ନେଇ ଆନ୍ଦୋଳନ କରୁଥିବା ସମୟରେ ଚାଷୀମାନେ ସେଠାରେ ପହଂଚି ଆନ୍ଦୋଳନ କରୁଥିଲେ । କୌଣସି କାରଣକୁ ନେଇ କିଛି ଚାଷୀ ଓ ମେଘୱାଲ ଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ଚାଷୀମାନେ ମେଘୱାଲଙ୍କ ପୋଷାକ ଚିରିଦେବା ସହ ନିସ୍ତୁକ ମାଡ଼ ମାରିଥିଲେ । ସ୍ଥିତି ଅଣାୟତ୍ତ ହେବା ପରେ ପୁଲିସ ଚାଷୀଙ୍କ ଉପରେ ଲାଠିଚାର୍ଜ କରିଥିଲା । ପୁଲିସ ମେଘୱାଲଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା । ବର୍ତ୍ତମାନ ସାରା ସହରରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାବେଳେ ପୁଲିସ ମୁତୟନ କରାଯାଇଛି । ତେବେ ବିଜେପି ନେତାମାନେ ଅଭିଯୋଗ କରିଛନ୍ତି ଯେ ପୁଲିସ ନିରବଦ୍ରଷ୍ଟା ସାଜିବାରୁ ଏଭଳି ଘଟଣା ଘଟିଲା । ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ବ୍ୟତିବସ୍ଥ ହୋଇଥିବାବେଳେ ପୁଲିସ କଡା କାର୍ୟ୍ୟାନୁଷ୍ଠାନ ନେବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି ।