କାର୍ଯ୍ୟରତ ମହିଳା ଫାର୍ମାସିଷ୍ଟଙ୍କ ସନ୍ଦେହଜନକ ମୃତ୍ୟୁ

ହିଞ୍ଜିଳି/ରଜନୀକାନ୍ତ ପାତ୍ର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସ୍ୱାସ୍ଥ୍ୟ କେନ୍ଦ୍ରରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟକରୁଥିବା ମଷ ମନସ୍ୱିନୀ ପାତ୍ରଙ୍କ ନିଜ ବାସଭବନରେ ମୃତ୍ୟୁ ହୋଇଛି । ପରିବାର ଲୋକେ ମୃତ ମନସ୍ୱିନୀଙ୍କୁ ଦେଖିବା ପରେ କବିସୂର୍ଯ୍ୟନଗର ମେଡ଼ିକାଲକୁ ଆଣିଥିଲେ। ମନସ୍ୱିନୀ ଦୀର୍ଘ ୨ମାସ ତଳେ ବିବାହ କରିଥିଲେ । ସୂଚନାଥାଉ କି, ମନସ୍ୱିନୀ ଦୀର୍ଘ ୧୫ଦିନ ଶାଶୁଘରେ ରହିବା ପରେ ପୁଣି କାର୍ଯ୍ୟରେ ଯୋଗ ଦେଇଥିଲେ । କିନ୍ତୁ ହଠାତ ତାଙ୍କର ମୃତ୍ୟୁ ହୋଇଯାଇଛି । ଖବର ପାଇ କବିସୂର୍ଯ୍ୟନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇଛି । ଏଯାଏଁ ମୃତ୍ୟୁର କୌଣସି ଖବର ଜଣାପଡ଼ିନାହିଁ ।