ପୂର୍ବ ବିଡ଼ିଓଙ୍କ ବିଦାୟ ଓ ନୂତନ ବିଡ଼ିଓଙ୍କୁ ସ୍ଵାଗତ କାଳୀନ ସଭା ଅନୁଷ୍ଠିତ

ହାଟଡିହି / ବିଭୁତି ଭୂଷଣ ଜେନା :  ହାଟଡିହି ବ୍ଲକ ହଦଗଡ଼ ଡାକ ବଙ୍ଗଳାରେ ଏକ ଭାବ ବିହ୍ୱଳ ପରିବେଶ ସାଙ୍ଗକୁ ଶୁଭେଛା ଓ ସ୍ଵାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ  ହାଟଡିହି ବ୍ଲକ ର ପୂର୍ବତନ ବିଡ଼ିଓ ବିନିତା ବିଜୟିନୀ ଙ୍କୁ ବଦଳି ଆଦେଶ କ୍ରମେ ବିଦାୟ ଦିଆଯାଇଥିବା ବେଳେ ନୂତନ ବିଡ଼ିଓ ସୌମ୍ୟ ଶ୍ରୀ ପାଣିଗ୍ରାହୀଙ୍କୁ  ସ୍ଵାଗତ କରାଯାଇଥିଲା  । ସେହି କ୍ରମରେ କନିଷ୍ଠ ଯନ୍ତ୍ରୀ ଜ୍ୟୋତିରଞ୍ଜନ ସାମନ୍ତ ରାଏ , ଏକାଉଣ୍ଟ୍ ଅଫିସର ଲକ୍ଷ୍ମଣ କୁମାର ସୋରେନ ଙ୍କୁ ମଧ୍ୟ ବିଦାୟ ଦିଆଯାଇଥିଲା। ଏହି ସଭାରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ। ସୋମନାଥ ଦାସ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ହାଟଡିହି ସରପଞ୍ଚ ମାନଙ୍କ ର ସଭାପତି ଚିନ୍ମୟ କୁମାର ନାୟକ, ସମିତି ସଭ୍ୟ ମାନଙ୍କ ର ସଭାପତି ଧିରେନ୍ କୁମାର ଜେନାଙ୍କ ସହ ପ୍ରାୟ ତିରିଶ ପଞ୍ଚାୟତ ର ସରପଞ୍ଚ ସଭ୍ୟ ମାନଙ୍କ ସହ ବ୍ଲକ ର ସମସ୍ତ କର୍ମଚାରୀ ମାନେ ଯୋଗ ଦେଇଥିଲେ। ଏମାନଙ୍କ ଛଡା ବରିଷ୍ଠ ବ୍ୟକ୍ତି ମାନଙ୍କ ମଧ୍ୟରେ , ସୁରେନ୍ଦ୍ର କୁମାର ଜେନା , ବିଶ୍ଵନାଥ ନାୟକ,  ରବୀନ୍ଦ୍ର କୁମାର ନାୟକ,ଅଭିମନ୍ୟୁ ସେଠୀ ଯୁବ ସମାଜ ସେବୀ, ପ୍ରମୁଖ ଯୋଗ ଦେଇଥିଲା ବେଳେ ଉକ୍ତ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ଦାୟିତ୍ୱ ହାଟଡିହି ସରପଞ୍ଚ ଚିନ୍ମୟ କୁମାର ନାୟକ ତୁଲାଇଥିଲେ।