ସୁନେଇ ଜଳସେଚନ ପ୍ରକଳ୍ପ ଏସଡିଓଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଉଦଳା/  ଦୀପକ ମିଶ୍ର : ସୁନେଇ ଜଳସେଚନ ପ୍ରକଳ୍ପ ଏସଡିଓ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା l ସୁନେଇ ପାଣି ପଞ୍ଚାୟତ ର ଶୀର୍ଷକମିଟି ଏବଂ କିଛି ପାଣି ପଞ୍ଚାୟତ କମିଟି ପକ୍ଷରୁ ଆଜି କାଳ ଡାକ ବଙ୍ଗଳା ଠାରେ ଭଵ୍ୟ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି l ସୁନେଇ ଜଳସେଚନ ପ୍ରକଳ୍ପ ର ସହକାରୀ ନିର୍ବାହୀ ଯନ୍ତ୍ରୀ ଗଜେନ୍ଦ୍ର ନାୟକ ଙ୍କୁ ଆଜି ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯାଇଥିଲା l

ନୂତନ ଭାବେ ନିଯୁକ୍ତି ପାଇଥିବା ସୁନେଇ ଜଳ ସେଚନ ପ୍ରକଳ୍ପ ର ଏସଡିଓ ଦିଲୀପ ନାୟକ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ମଧ୍ୟ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ସୁନେଇ ଜଳସେଚନ ପ୍ରକଳ୍ପ ର କନିଷ୍ଠ ଯନ୍ତ୍ରୀ ମାନେ ଉପସ୍ଥିତି ରେ ଆଜି ଅlଫେକ୍ସ କମିଟି ର ସଭାପତି ହେମନ୍ତ ବେହେରା ଏବଂ ଆପେକ୍ସ କମିଟି ର ସୋମ୍ପାଦକ ବିରଞ୍ଚି ନାରାୟଣ ପାତ୍ର ଙ୍କ ସମେତ କିଛି ପାଣିପାଞ୍ଚାୟତ ର ସଭାପତି,ସମ୍ପାଦକ ଙ୍କ ସମେତ କୋଷାଧଖ୍ୟ ମାନେ ଯୋଗ ଦେଇ ବିଦାୟ ଏସଡିଓ ଙ୍କୁ ଫୁଲ ତୋଡ଼ା ଦେବା ସହ ଉପଢୌକନ ଦେଇ ସନ୍ନମାନିତ କରାଯାଇଥିଲl l ଶ୍ରୀ ନାୟକ ସୁନେଇ ପ୍ରକଳ୍ପ ରେ କାର୍ଯ୍ୟରତ ଥିବା ବେଳେ ତାଙ୍କର କାର୍ଯ୍ୟଦୋକ୍ଷତା ଏବଂ ଚାଷୀ ମାନଙ୍କ ର ଉନ୍ନତି ଦିଗରେ ପାଣିପଚାୟତ ମାଧମରେ କେମିତି ଚାଷୀ ଭାଇ ମାନେ ଉପକୃତ ହୋଇପାଇବେ ସେଇଥି ନେଇ ଶ୍ରୀ ନାୟକ ଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ ଥିଲା ବୋଲି ଆପେକ୍ସ ବଡ଼ି ଚେୟାରମେନ ହେମନ୍ତ ବେହେରା ପ୍ରକାଶ କରିଥିଲେ l

ତେବେ ଆଜିର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ପୂର୍ବତନ ଏସଡିଓ ତାଙ୍କର ଏତେଦିନ ର ସୁନେଇ ଜଳ ସେଚନ ପ୍ରକଳ୍ପ ର କାର୍ଯ୍ୟକାରିତା ସହ ଆଗାମୀ ଦିନରେ ଚାଷୀ ଭାଇ ମାନଙ୍କ ର ଉନ୍ନତି ଦିଗରେ ସୁନେଇ ପ୍ରକଳ୍ପ ସୋହାୟ ହେଉ ବୋଲି ତାଙ୍କ ବାକ୍ଟୋବ୍ୟ ରେ କହିଥିଲେ l ତେବେ ତାଙ୍କର ସୁନେଇ ଏବଂ ଚାଷୀ ଭାଇ ମାନଙ୍କ ର ଭଲ ପାଇବl କୁ ମନେ ପକାଇ ଆଖି ଛଳ ଛଳ ତାଙ୍କର ବକ୍ତବ୍ୟ ରେ ବେଶ ଭାବ ବିହଳ ହୋଇଯାଇଥିଲେ ବିଦାୟ ଏସଡିଓ ଗଜେନ୍ଦ୍ର ନାୟକ l ତେବେ ଆଗାମୀ ଦିନରେ ସୁନେଇ ପ୍ରକଳ୍ପ ପ୍ରତି ତାଙ୍କର ଭଲ ପାଇବା ସବୁବେଳେ ରହିବ ବୋଲି କହି ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ l