ବିବାହ ଦେବାକୁ ଅମଙ୍ଗ ହେବାରୁ ଗ୍ରାମରୁ ସାମାଜିକ ବାସନ୍ଦ ହେଲେ ପରିବାର

ବାଲେଶ୍ଵର-: ନାବାଳିକା ଝିଓକୁ ବିବାହ ଦେବାକୁ ବାପା ମାଆ ଅମଙ୍ଗ ହେବାରୁ ,ଗାଁରେ କଙ୍ଗାରୁ କୋର୍ଟ ବସି ଉକ୍ତ ପରିବାରକୁ ଗ୍ରାମରୁ ସାମାଜିକ ବାସନ୍ଦ କରାଯାଇଛି । ନ୍ୟାୟ ପାଇଁ ସିଂଲା ଥାନାରେ ପରିବାର ଲିଖିତ ଅଭିଯୋଗ କରିଛନ୍ତି । ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କୁ ମଧ୍ୟ ଦୁର୍ବ୍ୟବହାର କରିବା ସହିତ ଖବର ଚପାଇ ଦେବାକୁ ଉଦ୍ୟମ କରାଯାଇଛି । ଏଭଳି ଅଭାବ ନୀୟ ଘଟଣା ଘଟିଛି, ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ୍ ସିଂଲା ଥାନା ନାଇକୁଡ଼ି ପଞ୍ଚାୟତ ବାଳିଆ ପାଟି  ଗ୍ରାମରେ ।

ଗ୍ରାମର ପ୍ରଶାନ୍ତ ବରଙ୍କ ନାବାଳିକା ଝିଅର ବିବାହ ପାଇଁ ପ୍ରଶାନ୍ତ କିମ୍ବା ତାଙ୍କ ପରିବାର ରାଜି ହୋଇନଥିଲେ ବରଂ ବିବାହକୁ ବିରୋଧ କରିଥିଲେ । ଉକ୍ତ ଘଟଣାକୁ କେନ୍ଦ୍ରକରି ତାଙ୍କ ପରିବାରକୁ ଗ୍ରାମବାସୀଙ୍କ ଦ୍ୱାରା ସାମାଜିକ ବାସନ୍ଦ ହେବାକୁ ପଡ଼ିଛି । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯେଉଁଥିରେ ଗ୍ରାମ ମୁଖିଆ ପ୍ରଦୀପ ଗୋଛାୟତ ବଜାର ଘାଟରେ, ଦୋକାନ ଦୋକାନ ବୁଲି ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା କଥା କହିଚନ୍ତି ।

ଆଉ ଗଣ ମାଧ୍ୟମ ସାମ୍ନାରେ ମଧ୍ୟ ସେ ବୁଲେଇ ବଙ୍କେଇ କଥାର ସତ୍ୟତା ସ୍ୱୀକାର କରିଛନ୍ତି । ଗ୍ରାମବାସୀ ନାବାଳିକାଙ୍କ ପରିବାରକୁ ନିଆଁପାଣି, ଗାଁ ମନ୍ଦିର, ସହିତ ଦୋକାନ ବଜାର ଏପରିକି ଚାଷ ବନ୍ଦ ପାଇଁ କଙ୍ଗାରୁ କୋର୍ଟ କରି ଗ୍ରାମ୍ୟ କମିଟି ନିଷ୍ପତି ନେଇଛି । ଆଉ ଏହି କଙ୍ଗାରୁ କୋର୍ଟ ନିଷ୍ପତିରେ ପ୍ରଦୀପ ସାମନ୍ତ ନାମକ ଜଣେ ସରକାରୀ କର୍ମଚାରୀ ମଧ୍ୟ ସାମିଲ ଥିବା  ଅଭିଯୋଗ ହୋଇଛି । ଏନେଇ  ନ୍ୟାୟ ପାଇଁ ପରିବାର ଲୋକ ବାରମ୍ବାର ଥାନାର ଦ୍ୱାରସ୍ଥ ହୋଇଥିଲେ ବି, ନ୍ୟାୟ ମିଳିବା ବଦଳରେ ପ୍ରମାଣ ନଥିବା ଦର୍ଶାଇ ପୋଲିସ ତାଙ୍କୁ ଫେରାଇ ଦେଉଚି । ପୋଲିସ ଓ ପ୍ରଶାସନର ନିଷ୍କ୍ରିୟତା ପାଇଁ  ତାଙ୍କ ପରିବାର ପ୍ରତି କ୍ରମଶଃ ଜୁଲୁମ୍ ବଢିବା ସହିତ ଧମକ ଚମକ୍ ଦେଉଛନ୍ତି । ଯାହାକୁ ନେଇ ନାବାଳିକାଙ୍କ ମା’ କିଶୋରୀ ମଣୀ ବର ସିଂଲା ଥାନାରେ ଗତ ୧୪ ତାରିଖରେ ଲିଖିତ ଅଭିଯୋଗ କରିଥିବା ବେଳେ,  ନ୍ୟାୟ ନମିଳିବାରୁ ତାଙ୍କ ସ୍ଵାମୀ ପ୍ରଶାନ୍ତ ବର, ଗ୍ରାମ ବାସୀ ମାନସ ପରିଡ଼ା ଗଣ ମାଧ୍ୟମକୁ ସୂଚନା ଦେଇଥିଲେ , ଏ  ସମ୍ପର୍କରେ ଗଣ ମାଧ୍ୟମ ପ୍ରତିନିଧି ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ, ଗ୍ରାମ୍ୟ କମିଟିର ସଦସ୍ୟ ପ୍ରାୟ ଦଶ ବାର ଜଣ ପହଞ୍ଚି ସାମ୍ୱାଦିକଙ୍କୁ ଦୁର୍ବ୍ୟବହାର କରିବା ସହିତ ସମ୍ବାଦ ପରିବେଷଣ ନକରିବା ପାଇଁ ଚାପ ସୃଷ୍ଟି କରିଥିଲେ ।

ତେବେ ଏନେଇ ସିଂଲା ଥାନା ଅଧିକାରୀ ଙ୍କୁ ପଚାରିବାରୁ ସାମାଜିକ ବାସନ୍ଦ ସମ୍ପର୍କରେ ଖବର ଆମ ନିକଟରେ ପହଞ୍ଚିଛି । ଏହାର ତଦନ୍ତ ଚାଲିଛି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସିଂଲା ଥାନା ଅଧିକାରୀଣୀ କମଳିନୀ ତାଣ୍ଡି ।

ତେବେ ଶିକ୍ଷତ ସଭ୍ୟ ସମାଜରେ କଙ୍ଗାରୁ କୋର୍ଟ ଏକ ବ୍ୟାଧି । ଏଭଳି  ହୀନ ମାନସିକତା ବିଚାର ଧାରାକୁ ବୁଦ୍ଧିଜୀବୀ ଦୃଢ଼ ନିନ୍ଦା କରିବା ସହିତ ସରକାର ଓ ପ୍ରଶାସନର ନିଷ୍କ୍ରିୟତାକୁ ଦାୟୀ କରିଛନ୍ତି । ଉକ୍ତ ପରିବାରକୁ କେବେ ଓ କିପ୍ରକାର ନ୍ୟାୟ ମିଳିବା ଆଉ ତା ସହିତ ଦୋଷୀଙ୍କ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ହେଉଛି ତାହା ଦେଖିବାକୁ ବାକି ରହିଲା ।