ଜଳେଶ୍ୱର: ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ କଟୁରୀରେ ହାଣି ହତ୍ୟା କଲା ସ୍ୱାମୀ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଚାଲନ୍ତି ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ମହିଳାଙ୍କ ନାଁ ଲିଲି ଦଣ୍ଡପାଟ ।
ଏହି ଘଟଣାରେ ଅଭିଯୁକ୍ତ ସ୍ୱାମୀ ଅର୍ଜୁନ ଦଣ୍ଡପାଟକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । କୌଣସି କାରଣକୁ ନେଇ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ଓ କଳହ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀ ଲିଲିକୁ କଟୁରୀରେ ଆକ୍ରମଣ କରିଥିଲା ଅର୍ଜୁନ । ଏହି ଘଟଣା ବିଷୟରେ ତାଙ୍କ ୧୦ ବର୍ଷର ଝିଅ ପଡ଼ୋଶୀଙ୍କୁ ଜଣାଇଥିଲା । ତେବେ ପଡ଼ୋଶୀ ପୋଲିସକୁ ଖବର ଦେବାରୁ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା ।