(ଶିଳାସ୍ମିତା ରାୟ) ଭୁବନେଶ୍ୱର: ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶ୍ୱର ସର୍ବୋଚ୍ଚ ପୁରସ୍କାର ନୋବେଲରେ ସମ୍ମାନିତ ହୋଇଥାନ୍ତି ବ୍ୟକ୍ତି ବିଶେଷ । ଏହି କ୍ରମରେ ଆସନ୍ତୁ ଜାଣିବା ଏପରି ଏକ ପରିବାର ବିଷୟରେ ଯେଉଁ ପରିବାର ସର୍ବାଧିକ ନୋବେଲ ହାତେଇବାରେ ରେକର୍ଡ କରିଛି ।
ଏହି ରେକର୍ଡ କ୍ୟୁରୀ ପରିବାର ନାମରେ ରହିଛି । ନୋବେଲ ଇତିହାସରେ କ୍ୟୁରୀ ପରିବାର ସବୁଠାରୁ ଅଧିକ ନୋବେଲ ଜିତିଛି । ଏହାର ଆରମ୍ଭ ହୋଇଥିଲା ମେରୀ କ୍ୟୁରୀ ଓ ତାଙ୍କ ସ୍ୱାମୀ ପିଅରେ କ୍ୟୁରୀଙ୍କଠାରୁ । ୧୮୬୭ରେ ଜନ୍ମିତ ମେରୀ କ୍ୟୁରୀ ମୂଳତଃ ଫ୍ରାନ୍ସର ନାଗରିକ ହୋଇଥିଲେ ମଧ୍ୟ ପ୍ୟାରିସରେ ପଢୁଥିବା ବେଳେ ପ୍ୟାରିସର ରସାୟନ ବୈଜ୍ଞାନିକ ପିଅରେ କ୍ୟୁରୀଙ୍କୁ ବିବାହ କରିଥିଲେ । ଉଭୟ ରେଡିୟମର ଉଦ୍ଭାଦନ କରି ୧୮୯୩ରେ ନୋବେଲ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ୧୯୦୬ରେ ପିଅରେଙ୍କ ମୃତ୍ୟୁ ହୋଇଯାଏ । କିନ୍ତୁ ମେରୀ ପରମାଣୁ ଉପରେ ନିଜ ଗବେଷଣା ଜାରି ରଖିଲେ ଓ ୧୯୧୧ରେ ପୁଣି ଥରେ ନୋବେଲ ପାଇଁ ବିବେଚିତ ହେଲେ ।
ଏହା ପରେ ମେରୀ ଓ ପିଅରେଙ୍କ ଝିଅ ଜୋଲିଅଟ କ୍ୟୁରୀ ଆଇରେନ ଓ ତାଙ୍କ ସ୍ୱାମୀ ଫ୍ରେଡରିକ ରେଡିଓଆକ୍ଟିଭ ତତ୍ତ୍ୱ ଉପରେ ଗବେଷଣା କରି ୧୯୩୫ରେ ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ ହାସଲ କରିଥିଲେ । ଅର୍ଥାତ୍ ଏହି ପରିବାରର ୪ ଜଣଙ୍କୁ ମିଳିଛି ବିଶ୍ୱରର ସମ୍ମାନଜନକ ନୋବେଲ ପୁରସ୍କାର ।