ରାଇରଙ୍ଗପୁର /ସତ୍ୟାନାରୟଣ ପାଲ : ରାଇରଙ୍ଗପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ। ରାଇରଙ୍ଗପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଗଣମାଧମ ପ୍ରତିନିଧି ମାନକୁ ଦେଇ ଥିବା ସୂଚନା ଅନୁଯାୟୀ କିଛି ହାତ ଗଣତି ରାଇରଙ୍ଗପୁର ବ୍ଲକର ଚାଷୀ ଯୌନକ ପ୍ରାଣୀ ଚିକିତ୍ସକ କର ଦ୍ୱାରା ପେରିତ ହୋଇ ରାଇରଙ୍ଗପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ବିରୁଦ୍ଧରେ ମିଥ୍ୟା ଓ ମନ ଗଢା ଅଭିଯୋଗ ଆଣି ଥିଲେ, ଯାହାର ତଦନ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ନେତୁତ୍ତ ରେ ଗତ ୨୪ତାରିଖ ଦିନ ରାଇରଙ୍ଗପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସା କାର୍ୟ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି। ତଦନ୍ତ ବେଳେ ଅଭିଯାଗୋ କାରି ମାନେ କୌଣସି ତଥ୍ୟ ଓ ପ୍ରମାଣ ଦେବାରେ ସକ୍ଷମ ହୋଇ ପାରିଲେ ନାହିଁ। କେବଳ ମିଛ କଥା କହିଲେ। ଏ ବିଷୟରେ ରାଇରଙ୍ଗପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀକୁ ଗୋଣମାଧମ୍ ପ୍ରତିନିଧି ମାନେ ପଚାରିବାରୁ ସେ କହିଥିଲେ ଯେ ଏହା ମୋ ବିରୁଦ୍ଧରେ ଏକ ଷଡ ଯନ୍ତ୍ର ଓ ଏହାର କିଛିବି ସତ୍ୟତା ନାହିଁ। ଯେଉଁ ସବୁ ଅଭିଯୋଗ ଆସିଛି ତାହା ସବୁ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସୁବାଷ ଚନ୍ଦ୍ର ମହାନ୍ତି କୁ ରାଇରଙ୍ଗପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ରାମ ମୋହନ ରାୟ ଯେଉଁ ସବୁ ଔଷଧ ଚାଷୀ ମାନକୁ ଦେବା ପାଇଁ ରାଇରଙ୍ଗପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସୁବାଷ ଚନ୍ଦ୍ର ମହାନ୍ତିକୁ ଦେଇଛନ୍ତି, ସେ ସବୁ ଔଷଧ ଗୁଡିକ ଇଷ୍ଟକ ରେଜିଷ୍ଟର ରେ ନ ଲେଖି ସେ ସବୁ ଔଷଧ କୁ ଚାଷୀ ମାନକୁ ନ ଦେଇ ବାହାରେ ବିକ୍ରି କରିଛନ୍ତି ଅଥବା ନିଜର ବ୍ୟକ୍ତି ଗତ କାର୍ୟ୍ୟ ରେ ଲଗାଇ ଛନ୍ତି ବୋଲି ରାଇରଙ୍ଗପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ରାମ ମୋହନ ରାୟ ଗଣମାଧାମ ସମ୍ମୁଖ ରେ ତାଙ୍କ ମତାମତ ରଖିଥିଲେ। ଏବଂ ଚାଷୀ ମାନେ ଯେଉଁ ସବସିଡି ଟଙ୍କା କଥା ରାଇରଙ୍ଗପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କ ବିରୁଦ୍ଧରେ କହୁ ଛନ୍ତି, ତାହା ସବୁ ମିଛ, କାରଣ ସବସିଡି ଟଙ୍କା ସରକାର ଙ୍କର ପାଖରୁ ସିଧା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ପାଖକୁ ଯାଏ, ତାପରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ସିଧା ଚାଷୀ ମାନଙ୍କ ଆକାଉଣ୍ଟକୁ ପଠାନ୍ତି। ତେଣୁ ଏହି ସବସିଡି ଟଙ୍କା ବାବଦରେ ରାଇରଙ୍ଗପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କର କିଛି ବି ଭୂମିକା ନାହିଁ। ତେଣୁ ଚାଷୀ ମାନେ ସବସିଡି ଟଙ୍କା ବାବଦରେ ଯେଉଁ ରାଇରଙ୍ଗପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି, ତାହା ସବୁ ମିଛ।ଏହାର ବିଦ୍ଧିବଧ ତଦନ୍ତ କରାଯିବ ପାଇଁ ରାଇରଙ୍ଗପୁର ର ଜନସାଧରଣ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ପାଖରେ ଦୃଢ ଦାବି କରିଛନ୍ତି।